ସମୁଦ୍ରକୁ ଗଲା ମାଲେସିଆ ଜାହାଜ: ୩୬ ଦିନ ପରେ ଚିଲିକା ଛାଡିଲା ଫସିଥିବା ଜିନ୍ ହ୍ୱା-୩୨

522

କନକ ବ୍ୟୁରୋ: ସମୁଦ୍ରକୁ ଗଲା ମାଲେସିଆ ଜାହାଜ । ଚିଲିକାର ରାଜହଂସରେ ଫସିଥିବା ମାଲେସିଆ ଜାହାଜ ସମୁଦ୍ର ଭିତରକୁ ଗଲା । ଅଚଳ ଜାହଜକୁ ସଫଳ ଭାବେ ଉଦ୍ଧାର କରି ସମୁଦ୍ର ଭିତରକୁ ନିଆଗଲା । ତେବେ ବଡ ଜୁଆର ଆସିବା ପରେ ସମୁଦ୍ର ଭିତରକୁ ଗଲା ମାଲେସିଆ ଜାହାଜ ଜିନ୍ ହ୍ୱା ।

ତେବେ ଅଗଷ୍ଟ ୯ରୁ ଫସିରହିଥିବା ମାଲେସିଆ ଜାହାଜକୁ ଟାଣି ନେବା ପାଇଁ ସିଙ୍ଗାପୁରରୁ ଆସିଥିଲା ଶକ୍ତିଶାଳୀ ଜାହଜ ଏମଭି ଚିତା । ଆଉ ଶେଷରେ ଆଜି ଜେନହାୱା-୩୨କୁ ଉଦ୍ଧାର କରିବାରେ ସଫଳ ହୋଇଛି ଚିତା ।

ମାଲେସିଆ ଜାହାଜ ରାଜହଂସରେ ଦୀର୍ଘ ୩୬ ଦିନ ଅଟକି ରହିବା ପରେ ସୁମଦ୍ରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅଧିକ ଦିନ ରହିବା ପରେ ଜାହଜରୁ ତେଲ ଲିକ କରିବା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଚିଲିକାର ଜୈବ ବିବିଧତା ପ୍ରତି ବିପଦ ଥିବା ଅନୁମାନ କରି ଜିଲ୍ଲା ପ୍ରଶାସନ ତୁରନ୍ତ ଜାହଜରୁ ତେଲ କାଢି ନେବା ସହିତ ଜାହଜ ଅପସାରଣ ପାଇଁ ସିପିଂ ଏଜେଂଟ ଓ ଜାହଜ କର୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ । ଜିଲ୍ଳାପ୍ରଶାସନର ତାଗିଦ ପରେ ଜାହଜରୁ ୩୦ ହଜାର ଲିଟର ଡ଼ିଜେଲ କାଢି ଦିଆଯାଇଥିଲା । ଆଉ ଆଜି ତାହା ସମୁଦ୍ରକୁ ଫେରିଛି ।