ସୁନ୍ଦରୀ ପାଇଁ ସୁଲତାନ ଛାଡିଲେ ପଦ : ଋଷୀୟ ସୁନ୍ଦରୀ ପାଇଁ ମାଲେସିଆର ସୁଲତାନ ଛାଡିଲେ ରାଜଗଦି , ଜାଣନ୍ତୁ ପୁରା ମାମଲା  

220

ମାଲେସିଆର ସୁଲତାନ ମୋହମ୍ମଦ ବି ନିଜ ପଦ ତ୍ୟାଗ କରିଛନ୍ତି । ଗତ କିଛି ଦିନ ସୋସିଆଲ ମିଡିଆରେ ମାଲେସିଆରୁ ରାଜତନ୍ତ୍ରର ଶାସନ ଶେଷ ହେବାର କଥା ବ୍ୟାପୁଥିଲା । କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ  ମହାତିର ମୋହମ୍ମଦ ଏହା ଉପରେ କୌଣସି ଟିପ୍ପଣୀ କରିନଥିଲେ । ମାଲେସିଆର ସୁଲତାନ ମୋହମ୍ମଦ ୨୦୧୬ ରେ ଯେତେବେଳେ ରାଜଗଦି ସମ୍ଭାଳିଥିଲେ, ସେହି ସମୟରେ ଦେଶର ସାହସୀ ଯୁବକ ସୁଲତାନ ବନିଯାଇଥିଲେ । ସୁଲତାନ ପଂଚମ ନିଜର ରାଜଗଦି ଛାଡି ଅନ୍ତର୍ଜାତୀୟ ମିଡିଆରେ ଚାଲୁଥିବା ନିଜର ବିବାହ ଆକଳନକୁ ଆହୁରି ନିଶ୍ଚିତ କରିଦେଇଛନ୍ତି । ଗତ ଦୁଇ ମାସରେ ସୁଲତାନ ମେଡିକାଲ ଛୁଟିରେ ଥିଲେ  ଓ ମିଡିଆରେ ଏମିତି ଖବର ଥିଲା କି, ସୁଲତାନ ଋଷିଆର ସୁନ୍ଦରୀଙ୍କ ସହ ଲୁଚିଛପି ବିବାହ କରିିଛନ୍ତି ।

ବିଟ୍ରିଶ ଓ ରୁଷ ମିଡିଆରେ ଗୁଜବ ଅଛି କି ୪୯ ବର୍ଷୀୟ ସୁଲତାନଙ୍କ ହୃଦୟ ୨୫ ବର୍ଷୀୟା ପୂର୍ବତନ ଋଷୀୟ ସୁନ୍ଦରୀ ଉପରେ ଆସିଯାଇଛି । ଉଭୟ ମସ୍କୋରେ ବିବାହ ମଧ୍ୟ କରିନେଇଛନ୍ତି ଓ ସୋସିଆଲ ମିଡିଆରେ ଏହା ସହିତ ସଂପର୍କିତ କିଛି ଫଟୋ ବି ସେୟାର କରିଛନ୍ତି । ସୁଲତାନ ଓ ତାଙ୍କ ରାଜମହଲ ତରଫରୁ ଏମିତି କୌଣସି ବି ଖବର ନିଶ୍ଚିତ କରାଯାଇନି ।

ବିଟ୍ରେନରୁ ୧୯୫୭ରେ ସ୍ୱାଧୀନତା ମିଳିବା ପରେ ମୁସଲିମ୍ ବହୁଳ ଦେଶରେ ଏହା କୌଣସି ରାଜା ପଦରୁ ଇସ୍ତଫା ଦେବାର ପ୍ରଥମ ମାମଲା । ମାଲେସିଆରେ ସୁଲତାନର ପଦ ରାଜକୀୟ ପରିବାରର ହିଁ ଲୋକଙ୍କ ପାଖରେ ରହୁଥିଲା । ପ୍ରତି ୫ବର୍ଷ ପରେ ସୁଲତାନ ପଦବୀ ଜଣଙ୍କ ଠାରୁ ଆଉ ଜଣଙ୍କ ପାଖରେ ପହଂଚେ । ମାଲେସିଆରେ ସରକାର ଓ ଶାସନର ଶକ୍ତି ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିଲେ ବି ସୁଲତାନଙ୍କ ପଦ ବହୁତ ସମ୍ମାନଜନକ ହୋଇଥାଏ । ମଲୟ ମୁସଲିମ୍ ସମୁଦାୟଙ୍କ ମଧ୍ୟରେ ସୁଲତାନ ଓ ରାଜକୀୟ ପରିବାରର ବହୁତ ସମ୍ମାନ ଥାଏ ଓ ତାଙ୍କର ଆଲୋଚନା କରିବା ବର୍ଜନ ହୋଇଥାଏ ।