୮୦ କୋଟିର ପ୍ରକଳ୍ପର ବେହାଲ ଅବସ୍ଥା : ମାଳତୀପାଟପୁର ବସଷ୍ଟାଣ୍ଡରେ ଛାତରୁ ଖସୁଛି ବଡ ପ୍ଲେଟ୍

82

ପୁରୀ ବ୍ୟୁରୋ, କନକ ନ୍ୟୁଜ୍: ଗୋଟିଏ ବର୍ଷରେ ୮୦ କୋଟିର ପ୍ରକଳ୍ପର ହାଲ, ବେହାଲ । ନବକଳେବରକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିବା ପୁରୀ ମାଳତୀପାଟପୁର ବସ୍ ଷ୍ଟାଣ୍ଡ । ନବ ନିର୍ମିତ ଏହି ବସଷ୍ଟାଣ୍ଡe ଛ।ତରୁ ଖସୁଛି ବଡ଼ ବଡ଼ ପ୍ଲେଟ । ଏହାରି ଭିତରେ ୩ଥର ଛାତ ଖସି ପଡ଼ିଲାଣି । ଅସରାଏ ବର୍ଷା ହୋଇଗଲେ ପାଣି ଗଳିବା ସହ ଗଳି ପଡୁଛି ବଡ଼ ବଡ଼ ପ୍ଲେଟ୍ । ଆଉ ଚଟାଣରେ ଜମୁଛି ବର୍ଷା ପାଣି । କାଳବୈଶାଖି ସହ ବର୍ଷା ହେବା ଯୋଗୁଁ ଗତକାଲି ଖସି ପଡ଼ିଛି ଛାତର ଏକ ବଡ଼ ଖଣ୍ଡ । ତେବେ ଅଳ୍ପକେ ବର୍ତିଯାଇଛନ୍ତି ବସଷ୍ଟାଣ୍ଡରେ ବିଶ୍ରାମ ନେଉଥିବା ଯାତ୍ରୀ । ଏବେବି ଅନେକ ପ୍ଲେଟ ଆଁ କରି ରହିଛି । କେତେବଳେ ଗଳିପଡ଼ିବ କିଛି ଠିକ୍ ଠିକଣା ନାହିଁ । ସାଧାରଣ ବସ୍ ପାଇଁ ନିର୍ମାଣ ହୋଇଥିବା ଏହି ଷ୍ଟାଣ୍ଡରେ ବର୍ତମାନ ପାଇଁ ଟୁରିଷ୍ଟ ବସ୍ ପାର୍କିଂ ଭାବେ ବ୍ୟବହାର କରାଯାଉଛି । ତେବେ ଏଥି ପାଇଁ ସ୍ଥାନୀୟ ପ୍ରଶାସନକୁ ଲୋକେ ଦାୟୀ କରିଥିବା ବେଳେ ଏହାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ।