ଠାକୁରଙ୍କୁ ଠକିଦେଲେ : ମାଳତୀପାଟପୁର ବସଷ୍ଟାଣ୍ଡ ନିର୍ମାଣର ବର୍ଷକ ଭିତରେ ଦୁର୍ଦ୍ଦିନ ଅବସ୍ଥା

70

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ମହାପ୍ରଭୁଙ୍କ ନାଁରେ ଲୁଟ୍ । କାମ ନାଁରେ ବୁଲାଇଦେଲେ କଳାକନା । କୋଟି କୋଟି ଟଙ୍କାର ହେଲା ଘୋଟାଲା ଓ ହରିଲୁଟ । ଏସବୁର ଏକ ପ୍ରତୀକ ସାଜିଛି ମାଳତୀପାଟପୁର ବସଷ୍ଟାଣ୍ଡ। ନିର୍ମାଣର ବର୍ଷକ ଭିତରେ ଦୁର୍ଦ୍ଦିନ ଅବସ୍ଥା । ବସଷ୍ଟାଣ୍ଡର ଛାତରୁ ଗଳୁଛି ବଡ଼ ବଡ଼ ପ୍ଲେଟ୍ । ଠାକୁରଙ୍କୁ ଠକିଦେଲେ । ୮୦ କୋଟିର ପ୍ରକଳ୍ପ । ବର୍ଷଟିଏ ଭିତରେ ବେହାଲ୍ । ଛାତରୁ ଖସୁଛି ବଡ଼ ବଡ଼ ପ୍ଲେଟ ।

ଏବେବି ଅନେକ ପ୍ଲେଟ୍ ଆଁ କରିରହିଛି । କେତେବଳେ ଗଳିପଡ଼ିବ କିଛି ଠିକ୍ ଠିକଣା ନାହିଁ । ଅସରାଏ ବର୍ଷା ହେଲେ, ଚଟାଣରେ ଜମୁଛି ପାଣି । ନବକଳେବର ଭିର୍ତିଭୂମି ପ୍ରସ୍ତୁତି ଦିଗରେ ଇଏ ଥିଲା ଏକ ଡ୍ରିମ୍ ପ୍ରୋଜେକ୍ଟ । କିନ୍ତୁ ଘୋଟାଲା ଓ ହରିଲୁଟର ଏକ ପ୍ରତୀକ ପାଲଟିଛି ମାଳତୀପାଟପୁର ବସଷ୍ଟାଣ୍ଡ । ଲକ୍ଷ୍ୟ ଥିଲା ନିର୍ମାଣ ହେବ ଏକ ବିଶ୍ୱସ୍ତରୀୟ ବସଷ୍ଟାଣ୍ଡ । ହେଲେ ବସଷ୍ଟାଣ୍ଡତ ହୋଇପାରିଲାନି,ଏବେ କେବଳ ଟୁରିଷ୍ଟବସ୍ ପାର୍କିଂ ସ୍ଥାନ ଭାବେ ବ୍ୟବହାର ହୋଉଛି ।

ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ରାଇଟ୍ସ କଂପାନୀ ସହ ବର୍ଷିକିଆ ଚୁକ୍ତି ହୋଇଥିଲା । ଚୁକ୍ତି ଅବଧି ସାରି ଏବେ ଦୋଷ ତୁଟାଇବା ଲକ୍ଷ୍ୟରେ କଂପାନୀ ଥିବାବେଳେ ଏପଟେ କିନ୍ତୁ ବସଷ୍ଟାଣ୍ଡର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି ।