କଳାହାଣ୍ଡି : ଥୁଆମୂଳ-ରାମପୁର ବ୍ଲକର ଦୁର୍ଗମ ଅଂଚଳରେ ବ୍ୟାପୁଛି ମ୍ୟାଲେରିଆ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟସେବା ଆରମ୍ଭ

39

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଥୁଆମୂଳ- ରାମପୁର ବ୍ଲକର ଦୁର୍ଗମ ଅଂଚଳରେ ବ୍ୟାପୁଛି ମ୍ୟାଲେରିଆ । ଏହି ବ୍ଲକର କୁଟୁମାଳି ଗାଁରେ ଝାଡାବାନ୍ତି ବ୍ୟାପିବା ପରେ ଏବେ ୩୬ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦ଜଣ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ୧୬ଜଣ ଅନ୍ୟ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ପାହାଡ ଦୁର୍ଗମ ଅଂଚଳରେ ଥିବା ଏହି ଅଂଚଳମାନଙ୍କୁ ସ୍ୱାସ୍ଥ୍ୟ ସେବା ଅପହଂଚ ହେଇଛି । ତେଣୁ ଝାଡାବାନ୍ତି ଓ ମ୍ୟାଲେରିଆ ଲୋକଙ୍କ ପିଛା ଛାଡୁନି । ପରିସ୍ଥତି ସଙ୍ଗିନ ହେବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଡାକ୍ତରୀ ଦଳ ଗାଁକୁ ଯାଇ ଲୋକମାନଙ୍କର ସ୍ୱାସ୍ଥ୍ୟ ସେବା ଆରମ୍ଭ କରିଛି ।