ପୁଣି ଅପବାଦ ମୁଣ୍ଡାଇଲା ନଗଡା । ଅପପୃଷ୍ଟିର ଆତଙ୍କ ପରେ ମ୍ୟାଲେରିଆକୁ ନେଇ ଡର

22

କନକ ବ୍ୟୁରୋ : ପୁଣି ଚର୍ଚାରେ ଯାଜପୁର ଜିଲ୍ଲାର ନଗଡା । ଏଥର କିନ୍ତୁ ଅପପୃଷ୍ଟି ପାଇଁ ନୁହେଁ । ମ୍ୟାଲେରିଆ ଆତଙ୍କରେ ଆତଙ୍କିତ ନଗଡାବାସୀ । ମଝିନଗଡାର ଲକ୍ଷମୀ ପ୍ରଧାନଙ୍କ ବର୍ଷକର ଝିଅ ରେବତୀ ପ୍ରଧାନ ମ୍ୟାଲେରିଆରେ କମ୍ପୁଛି । ତିନିଦିନ ଧରି ଜ୍ୱରରେ ଆକ୍ରାନ୍ତ ଥିବା ରେବତୀର ରକ୍ତ ପରୀକ୍ଷା ପରେ ମ୍ୟାଲେରିଆ ପଜିଟିଭ ଥିବା ଜଣାପଡିଛି ।

ରେବତୀଙ୍କୁ ପ୍ରଥମେ ସୁକିନ୍ଦା ଡାକ୍ତରଖାନା ଓ ପରେ ଯାଜପୁର ରୋଡ ଏନଆରସି ରେ ଭର୍ତି କରାଯାଇଛି । ଅପପୃଷ୍ଟି ପରେ ମ୍ୟାଲେରିଆକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପୂର୍ବରୁ ମ୍ୟଲେରିଆରେ ଅନେକ ଶିଶୁ ମୃତ୍ୟୁବରଣ କରିଥିବା ବେଳେ ପୁଣି ମ୍ୟାଲେରିଆ ନଗଡାରେ ଆତଙ୍କ ଖେଳାଇ ଦେଇଛି ।