ମାଲକାନଗିରି ଆବାସିକ ବିଦ୍ୟାଳୟରୁ ଛାତ୍ରୀଙ୍କର ମୃତ ଦେହ ଉଦ୍ଧାର : ପରିବାର ଲୋକ ଆଣିଲେ ବଳାତ୍କାର ଅଭିଯୋଗ

36

କନକ ବ୍ୟୁରୋ : ପୁଣି ଛାତ୍ରୀ ବଳାତ୍କାର ଅଭିଯୋଗ ! ସାରା ରାଜ୍ୟରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ବଳାତ୍କାର ଅଭିଯୋଗ ହେଉଛି । ପ୍ରତ୍ୟେକ ଦିନ ଅନେକ କୋମଳମତି ଯୁବତୀ ହେଉ କିମ୍ବା ନା ବାଳିକା ହେଉ ବଳାକ୍ରାର ଅଭିଯୋଗ ହେଉଛି । ତେବେ ଗତକାଲି ମାଲକାନଗିରିର ଶିଖରପାଲି ଆଦିବାସୀ ଓ ହରିଜନ ବିଦ୍ୟାଳୟରୁ ଜଣେ ଛାତ୍ରୀଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ଡାକ୍ତିମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣାରେ ପରିବାର ପକ୍ଷରୁ ତାଙ୍କ ଝିଅକୁ ବଳାତ୍କାର ହୋଇଛି ବୋଲି ପୋଲିସ ଥାନାରେ ଏତଲା ଦେଇଛନ୍ତି । ତେବେ ମାମଲା ରୁଜୁ ହେବାପରେ ପୋଲିସ ମାମଲାର ତଦନ୍ତ କରୁଥିବା ଜଣାପଡିଛି । ଗତକାଲି ମଧ୍ୟ ମାଲକାନଗିରିର ଏକ ଝିଅ ଭୁବନେଶ୍ୱରର ସର୍ବେଶ୍ୱର ଘରୋଇ କଲେଜରେ ମୃତ୍ୟୁ ହୋଇଥିଲା । ସେନେଇ ଥାନାରେ ମଧ୍ୟ ମାମଲା ରୁଜୁ କରି ପରିବାର ପକ୍ଷରୁ କୁହାଯାଇଥିଲା ଯେ, ଆମ ଝିଅକୁ କଲେଜରେ ମାରି ଦିଆଯାଇଛି । ତେବେ ବାରମ୍ବାର ଏପରି ମାମଲା ବଢୁଥିବାରୁ ଚିନ୍ତାରେ ସରକାର । ତେବେ ଝିଅଟି କେତେବେଳୁ ବିଦ୍ୟାଳୟରେ ଏପରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା ତାହାର ତଦନ୍ତ ହେବା ସହ ପରିବାର ପକ୍ଷରୁ ଯେଉଁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି ତାହାର ମଧ୍ୟ ତଦନ୍ତ କରାଯିବ ବୋଲି ପୋଲିସ କହିଛି ।