ମାଲକାନଗିରି ତମାସା ମୁଖ୍ୟ କେନାଲରେ ଘାଇ :୫୦ ଏକର ଚାଷ ଜମି ଜଳମଗ୍ନ

25

ମାଲକାନଗିରି : ମାଲକାନଗିରି ବାଲିମେଳା ଜଳଭଣ୍ଡାରରୁ ଛଡା ଯାଇଥିବା ପାଣିର ଧକ୍କା ସହିପାରିଲାନି ବନ୍ଧ । ଜଳଭଣ୍ଡାରରୁ ପାଣି ଛାଡିବା ମାତ୍ରେ ତମାସା ମୁଖ୍ୟ କେନାଲ ବନ୍ଧ ଭାଙ୍ଗି ୫୦ଏକର ଚାଷ ଜମି ଜଳମଗ୍ନ ହୋଇଯାଇଛି ।

ତମାସା ମୁଖ୍ୟ କେନାଲ ବନ୍ଧ ଭାଙ୍ଗି ଯାଇଥିବା ଯୋଗୁଁ ଏମଭି-୧୯ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେନାଲ ବନ୍ଧ ନିର୍ମାଣରେ ଅନିୟମିତତା ହୋଇଥିବା ଯୋଗୁଁ ବନ୍ଧ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ନିମ୍ନମାନର କାମ ଯୋଗୁଁ ସାମାନ୍ୟ ବନ୍ୟା ପାଣି ଧକ୍କାରେ ବନ୍ଧ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି ।

ଏମଭି-୧୯ଗାଁର ପ୍ରାୟ ୫୦ଏକର ଚାଷ ଜମିରେ ପାଣି ମାଡିଯାଇଛି । ସେହିପରି ମାଛ ଚାଷ କରାଯାଇଥିବା ପୋଖରୀରେ ପାଣି ମାଡି ଯିବାରୁ ଚାଷୀଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି । ଗତକାଲି କେନାଲ ବନ୍ଧ ଭାଙ୍ଗି ପାଣି ମାଡିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଂଚିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।