ମାଲକାନଗିରିରେ ଲଜ୍ଜା: ଘରୁ ଉଠାଇନେଇ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପୀଡିତା

34

କନକ ବ୍ୟୁରୋ : ମାଲକାନଗିରିରେ ପୁଣି ଲଜ୍ଜା । ଜଣେ ନାବାଳିକାଙ୍କୁ ଘରୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି କାଲିମେଳା ଥାନାରେ । ଗତକାଲି ବିଳମ୍ବିତ ରାତିରେ ଘରେ କେହିନଥିବା ସୁଯୋଗ ପାଇ ୨ଜଣ ଦୁର୍ବୃତ ନାବାଳିକାଙ୍କୁ ଘରୁ ଟେକି ଗଣଦୁଷ୍କର୍ମ କରିଛନ୍ତି । କାଲିମେଳା ପୁଲିସ ପିଡିତାଙ୍କୁ ଉଦ୍ଧାର କରି ସଙ୍କଟାପନ୍ନ ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଛି । ପିଡିତାଙ୍କ ତଥ୍ୟ ଆଧାରରେ କୋଡେଲମେଟ୍ଲା ଗାଁର ୨ ଯୁବକଙ୍କୁ ଗିରଫ କରିଛି କାଲିମେଳା ପୁଲିସ । ଏମାନେ ହେଲେ ବୁଦ୍ରା ମାଡକାମି ଓ ସମା ମାଡକାମି । ଏମାନଙ୍କ ନାଁରେ ଅପହରଣ, ଗଣଦୁଷ୍କର୍ମ ସହ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ମାଲକାନଗିରିର କାଳିମେଳାଥାନା ଏରବାନପଲ୍ଲୀ ଗ୍ରାମରେ ନାବାଳିକାଙ୍କୁ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଦୁଇ ଜଣ ଯୁବକ ଟେକିନେବା ସହ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକ କହିଛନ୍ତି । ତେବେ ଦୁବୃର୍ତ୍ତଙ୍କଠାରୁ କୈାଣସି ପ୍ରକାର ଅନ୍ୟ ଏକ ଗ୍ରାମକୁ ନାବାଳିକା ଜଣକ ଖସି ଆସିଥିଲେ ନାବାଳିକା । ପରେ ତାଙ୍କ ଅବସ୍ଥା ସଂକଟପନ୍ନ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପରେ ଏନେଇ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ତେବେ ବାରମ୍ବାର ଉପାନ୍ତ ଅଞ୍ଚଳରେ ଦୁଷ୍କର୍ମ ମାମଲା ବଢୁଥିବାରୁ ସାରା ଜିଲ୍ଲାରେ ସେହି ଘଟଣାକୁ ନେଇ ଏବେ ଆଲୋଡନ ସୃଷ୍ଟି ହେଉଛି । ବର୍ତ୍ତମାନ ସମୟରେ ଆଦିବାସୀ ଅଞ୍ଚଳର ନାବାଳିକାମାନେ ବିଭିନ୍ନ ସମୟରେ ଏପରି ଘଟଣାର ଶିକାର ହେଉଛନ୍ତି । ତେବେ ପୋଲିସ କହିଛି କି ଯେଉଁମାନେ ଏପରି କାଣ୍ଡ ରଚିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ବିଧାନ କରାଯିବ ।