ମାଲକାନଗିରି ବାଲିମେଳା ଡଙ୍ଗାବୁଡିର ୪୮ ଘଣ୍ଟା ପରେ ମିଳିଲା ୪ ଜଣଙ୍କ ମୃତଦେହ । ଯବାନ ଓ ଅଭିଜ୍ଞ ବୁଡାଳୀଙ୍କ ସହାୟତାରେ ଚାଲିଥିଲା ରେସ୍କୁ ଅପରେସନ

40

କନକ ବ୍ୟୁରୋ : ୪୮ ଘଂଟା ପରେ ମିଳିଲା ମୃତ ଦେହ । ମାଲକାନଗିରି ବାଲିମେଳା ଡଙ୍ଗାବୁଡି ଘଟଣାରେ ନିଖୋଜ ଥିବା ୪ ଜଣଙ୍କ ଶବ ଆଜି ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ । ଗତ କାଲି ଠାରୁ ଅଗ୍ନିଶମ ବିଭାଗର ଯବାନ ଓ ଅଭିଜ୍ଞ ବୁଡାଳିମାନେ ଗଭୀର ଜଳ ରାଶି ମଧ୍ୟରେ ଖୋଜା ଖୋଜି ଜାରି ରଖି ଥିଲେ । ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ଅଧିକ ଥିବା ଯୋଗୁ ସର୍ଚ ଅପରେସନ କଷ୍ଟକର ଥିଲା । ଗତ ସୋମବାର ଦିନ ପ୍ରାୟ ୧୦ ଟା ସମୟ ରେ ନାକାମାମୁଡି ପଂଚାୟତ କେନ୍ଦୁଗୁଡୁ ଗାଁରେ ୫ ମହିଳା ଓ ଜଣେ ପୁରୁଷ, ଜଣେ ଶିଶୁ ଜଳଭଣ୍ଡାର ଭିତରେ ଥିବା ଏକ ପାହାଡରେ ଥିବା ଜମିକୁ ଭଙ୍ଗା ଦେଶୀ ଡଙ୍ଗାରେ ବାହାରି ଥିଲେ । ତେବେ ମଝି ନଈରେ ଲିକେଜ ଯୋଗୁ ଡଙ୍ଗାଟି ବୁଡି ଯାଇଥିଲା । ୩ ମହିଳା ଓ ଶିଶୁ ଜଣକର ଫେରିବା ବାଟକୁ ଅନେଇ ବସିଛି ପରିବାର ଲୋକେ ।