ସୋହେଲ୍ ଖାନଙ୍କୁ ଦେଖି ଲୁଚିଲେ ଅର୍ଜୁନ ! ଅଧାରୁ ଛାଡିଲେ ପାର୍ଟି

55

ଖାନ ପରିବାରର ବୋହୁ ମଲାଇକା ଅରୋରା ଖାନଙ୍କ ସହ ଅଭିନେତା ଅର୍ଜୁନ କପୁରଙ୍କ ସଂପର୍କ କଥା କାହାକୁ ଅଛପା ନାହିଁ । କିନ୍ତୁ ଏକଥା ମଧ୍ୟ ସତ ତିନି ଖାନ ଭାଇଙ୍କୁ ସାମ୍ନାରେ ଦେଖିଲେ ହିଁ ଅର୍ଜୁନ କପୁର ସେହି ସ୍ଥାନରୁ ଚୁପଚାପ ଖସି ପଳାଉଛନ୍ତି । ନିକଟରେ ପୁଣି ଥରେ ଏମିତି କିଛି ନଜାରା ଦେଖିବାକୁ ମିଳିଛି । ଏକ ଇଭେଣ୍ଟରେ ମଲାଇକା ଅରୋରା, ଅର୍ଜୁନ କପୁର ଓ ସୋହେଲ ଖାନ ତିନି ଜଣ ଯାକ ଯୋଗ ଯେଇଥିଲେ । ସୋହେଲଙ୍କୁ ଦେଖିବା ପରେ ହିଁ ମଲାଇକା ଓ ଅର୍ଜୁନ ଉଭୟ ଉଭୟଙ୍କୁ ଏଭଏଡ କରିବାର ଦେଖାଗଲା ।

ma1ପ୍ରକୃତ କଥା ହେଲା ତିନିଜଣ ଯାକ ଡିଜାଇନର ବିକ୍ରମ ଫଡନାଭିସଙ୍କ ଏକ ମରାଠୀ ସିନେମାର ମହୁରତରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ । ସେମାନଙ୍କ ବ୍ୟତିତ ଏଇ ଇଭେଂଟରେ ଶାହାରୁଖ ଖାନ ,ଅମୃତା ଅରୋରା , ସଞ୍ଜୟ କପୁର ଓ ଶ୍ୱେତା ବଚ୍ଚନ ଆଦି ଉପସ୍ଥିତ ଥିଲେ । ଏଇ ଇଭେଂଟରେ ଯୋଗ ଦେଇ ଅର୍ଜୁନ , ମଲାଇକା, ଅମୃତା ସମସ୍ତେ ଏକାଠି କଥାବାର୍ତ୍ତା ହେଉଥିଲେ । ସଂପୃକ୍ତ ଉଭେଂଟରେ ଯେମିତି ହିଁ ସୋହେଲ ଖାନଙ୍କ ଏଣ୍ଟ୍ରି ହେଲା ପୁରା ମାହୋଲ ବଦଳି ଯାଇଥିଲା ।

ସୋହେଲଙ୍କୁ ଦେଖି ଅର୍ଜୁନ ତୁରନ୍ତ ବାହାରକୁ ପଳାଇ ଯାଇଥିଲେ ଏବଂ ସୋହେଲ ଏକ କୋଣରେ ଯାଇ ଚୁପଚାପ ବସି ଯାଇଥିଲେ । କିଛି ସମୟ ପରେ ବିକ୍ରମ ସୋହେଲଙ୍କୁ ସାକ୍ଷାତ କରି ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ । ତାପରେ ସୋହେଲ ସେଠାରୁ ଚାଲି ଯାଇଥିଲେ । ସୋହେଲ ଯିବାର ତୁରନ୍ତ ପରେ ହିିଁ ଅର୍ଜୁନ ଭିତରକୁ ଆସି ମଲାଇକାଙ୍କ ପାଖରେ ବସିଥିଲେ । ଉଭୟେ ଉଭୟଙ୍କ ଆଖିରେ ଆଖି ମିଳାଇ କଥା ହେଉଥିବାର ଦେଖାଗଲା । ଆଗକୁ ଦେଖିବାକୁ ବାକି ରହିଲା ଆଉ କେତେ ଦିନ ଏ ଦୁଇ ଜଣଙ୍କ ଗୁପଚୁପ ପ୍ରେମ ଚାଲୁଛି ।