ଚର୍ଚ୍ଚାରେ ମଲାଇକା ଓ ଅରବାଜ ଖାନ : ଏବେବି ଅଧୁରା ବୁଝାମଣା

40

ବର୍ଷ ଆରମ୍ଭରୁ ହିଁ ମଲାଇକା ଆରୋରା ଖାନ ଓ ଅରବାଜ ଖାନଙ୍କ ଅଲଗା ହେବା ଖବରକୁ ନେଇ ଜୋରସୋରରେ ଚର୍ଚ୍ଚା । ମଲାଇକା ଅରୋରା ଓ ଅରବାଜ ମଙ୍ଗଳବାର ଦିନ ବାନ୍ଦ୍ରା ଫ୍ୟାମିଲି କୋର୍ଟରେ କାଉଁସେଲିଙ୍ଗ ପାଇଁ ପହଞ୍ଚିଥିଲେ । କିନ୍ତୁ ଏଠାରେ ମଧ୍ୟ ସେମାନଙ୍କର ମଧ୍ୟରେ ବୁଝାମଣା ହୋଇପାରିନାହିଁ ।

ସୂଚନା ଅନୁସାରେ ଯେତେବେଳେ ଉଭୟେ କୋର୍ଟରୁ ବାହାରକୁ ଆସିଥିଲେ , ଆରବାଜ ମଲାଇକାଙ୍କୁ ନିଜ କାରରେ ବସିବା ପାଇଁ ଅଫର କରିଥିଲେ । କିନ୍ତୁ ମଲାଇକା ଏଇ ଅଫରକୁ ଗ୍ରହଣ କରିନଥିଲେ । ତା ପରେ ଦୁହେଁ ଅଲଗା ଅଲଗା ହୋଇ ନିଜ ନିଜ କାରରେ ଚାଲି ଯାଇଥିଲେ । ଏନେଇ ଦୁଇଜଣ ମିଡିଆ ଆଗରେ କୈାଣସି ପ୍ରତିକ୍ରିୟା ରଖି ନାହାଁନ୍ତି ।
ଦୁଇ ଜଣ ଛାଡପତ୍ର ନେବାକୁ ମନସ୍ଥ କରିଥିଲେ ମଧ୍ୟ କିଛି ଦିନ ପୂବରୁ ସେମାନଙ୍କୁ ଏକାଠି ଡିନର କରିବାର ଦେଖା ଦେଇଥିଲା । ଏହାସହ ପୁଅର ଜନ୍ମ ଦିନରେ ମଲାଇକା ,ଅରବାଜ ଓ ପୁରା ଖାନ ପରିବାର ଏକାଠି ନଜର ଆସିଥିଲେ । ଏମାନଙ୍କ ମଧ୍ୟରେ ଛାଡପତ୍ର ହେବାର ଅନ୍ୟଏକ କାରଣ ଏବେ ସାମ୍ନାକୁ ଆସିଛି । ଏଇ ଯୋଡିର ୧୮ ବର୍ଷର ବିବାହ ଭାଙ୍ଗିବାର କାରଣ ଅରବାଜଙ୍କ ଅସଫଳ କ୍ୟାରିୟର ବୋଲି ମଧ୍ୟ ଖବର ମିଳିଛି ।