ଆଜିଠାରୁ ବଙ୍ଗୋପସାଗରରେ ମାଲାବାର ସମରାଭ୍ୟାସ : ଭାରତ, ଆମେରିକା ଓ ଜାପାନ ନୌସେନାର ମିଳିତ ଯୁଦ୍ଧଭ୍ୟାସ

0

କନକ ବ୍ୟୁରୋ : ଆଜିଠାରୁ ବଙ୍ଗୋପସାଗରରେ ଭାରତ, ଆମେରିକା ଓ ଜାପାନ ନୌସେନାର ମିଳିତ ସମରାଭ୍ୟାସ ଆରମ୍ଭ ହେବ । ଏହି ମାଲାବାର ସମରାଭ୍ୟାସ ଜୁଲାଇ ୧୭ ତାରିଖ ଯାଏଁ ଚାଲିବ । ପ୍ରଥମ ଥର ପାଇଁ ଏହି ମିଳିତ ନୌସେନା ସମରାଭ୍ୟାସରେ ବହୁସଂଖ୍ୟାରେ ଆମେରିକା, ଭାରତ ଓ ଜାପାନର ଯୁଦ୍ଧ ବିମାନ, ହେଲିକପ୍ଟର, ନୌସେନାର ପରମାଣୁ ବୁଡ଼ା ଜାହାଜ ଓ ଯୁଦ୍ଧ ଜାହାଜ ସାମିଲ ହେଉଛନ୍ତି ।

ମାଲାବାର ସମରାଭ୍ୟାସରେ ପ୍ରଥମ ଥର ପାଇଁ ତିନି ଏୟାରକ୍ରାଫ୍ଟ କ୍ୟାରିଅର ସାମିଲ ହେଉଛନ୍ତି । ଆମେରିକାରେ ନିମତିଜ୍, ଭାରତର ଆଇଏନଏସ ବିକ୍ରମାଦିତ୍ୟ ଓ ଜାପାନର ଇଜୁମୋ ଏୟାରକ୍ରାଫ୍ଟର କ୍ୟାରିଅର ଯୁଦ୍ଧାଭ୍ୟାସ କରିବେ । ସିକିମ ସୀମାରେ ଉତ୍ତେଜନା, ଭାରତ ମହାସାଗରରେ ଚୀନର ଯୁଦ୍ଧ ଜାହାଜ ଠାବ ଓ ତିବ୍ଦତରେ ଡ୍ରାଗନ ସେନାର ସମରାଭ୍ୟାସ । ଏପଟେ ବଙ୍ଗୋପସାଗରରେ ମାଲାବାର ସମରାଭ୍ୟାସ ଏକ ଶୀତଳ ଯୁଦ୍ଧ ଆଡକୁ ସଙ୍କେତ ଦେଉଛି ।

Comments are closed.