ସେଲ୍ଫି ନେବାରେ ସଉକ୍ ଅଛି କି ? ଆପଣାନ୍ତୁ କିଛି ଗରୁତ୍ତ୍ୱପୂର୍ଣ୍ଣ ମେକଅପ୍ ଟିପ୍ସ୍

52

ସେଲ୍ଫିର କ୍ରେଜ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି । କଲେଜ ଯାଉଥିବା ଯୁବତୀ କିମ୍ବା ଅଫିସ ଯାଉଥିବା କର୍ମଜିବୀ ମହିଳା ସମସ୍ତେ ସେଲ୍ଫି ନିଶାରେ ପାଗଳ । ଅନେକ ଥର ସେଲ୍ଫି ଫଟୋ ଏତେ ଭଲ ଉଠେ, ଯେ ମନ ହୁଏ ସବୁବେଳେ ସେଲ୍ଫି ନେବାପାଇଁ । କିନ୍ତୁ ଏହାର ଅର୍ଥ ନୁହଁ ଯେ ସବୁ ସେଲ୍ଫି ଫଟୋ ଭଲ ଉଠିିବ ।

ଏମିତିିରେ ସେଲ୍ଫି ନେବା ସମୟରେ ସମସ୍ତେ ନିଜ ଲୁକ୍ ଉପରେ ବହୁତ ଧ୍ୟାନ ଦିଅନ୍ତି । ତେଣୁ ସେଲ୍ଫି ନେବା ସମୟରେ ହାଲୁକା ଟଚଅପ୍ ଆପଣଙ୍କ ଲୁକକୁ ଫ୍ରେସ ଲୁକ ଦେବ । ଏବେ ଡେରୀ କାହିଁକି . . . . ସେଲ୍ଫି ପାଇଁ ଆସନ୍ତୁ ଜାଣିବା କିଛି ମେକଅପ୍ ଟିପ୍ସ ବିଷୟରେ . . . . .

– ପ୍ରଥମେ ଧ୍ୟାନ ଦିଅନ୍ତୁ କେଉଁ ସ୍ଥାନରେ ଆପଣ ସେଲ୍ଫି ନେଉଛନ୍ତିି । ଅର୍ଥ ଯଦି ଆପଣ କଲେଜରେ ଅଛନ୍ତି ତେବେ ତ୍ୱଚାର ରଙ୍ଗ ସହ ମିଶୁଥିବା ମେକଅପ କରନ୍ତୁ ।

– ଯଦି ଆପଣ ପ୍ରାକୃତିକ ଆଲୋକେରେ ସେଲ୍ଫି ନେଉଛନ୍ତି ତେବେ ହାଲୁକା ମେକଅପ୍ ସହ କାଜୋଲ ଓ ମସ୍କରା ଲଗାନ୍ତୁ । ଭଲ ସେଲ୍ଫି ଆସିବ ।

– ଚେହେରାକୁ କୋମଳ ଲୁକ୍ ଦେବା ପାଇଁ ଆପଣ ମଏଶ୍ଚରାଇଜର ଲଗାଇ ପାରିବେ ।

– ସେଲ୍ଫି ନେବା ସମୟରେ ଓଠର ମେକଅପ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଯଦି ଆପଣ ଲାଇଟ ମେକଅପ୍ ନେଉଛନ୍ତି ତେବେ ଗାଢ଼ ରଙ୍ଗର ଲିପ କଲର ଲଗାନ୍ତୁ । ଯାହା ଆପଣଙ୍କ ସେଲ୍ଫିକୁ ଅଧିକ ସୁନ୍ଦର କରିବ ।

– ଏହାସହ ସେଲ୍ଫି ନେବା ସମୟରେ ଅଧିକ ଧ୍ୟାନ ଦିଅନ୍ତୁ ଆଇବ୍ରୋ ମେକଅପ୍ ଉପରେ । ଏହି ସମୟରେ ଆଇବ୍ରେକୁ ଗାଢ଼ ରଙ୍ଗକୁ ଦିଅନ୍ତୁ ।