ଦୁର୍ବଳ ଦାନ୍ତ ଏବଂ ମାଢିକୁ ମଜଭୂତ କରିଥାଏ ଏହି ୭ଟି ଘରୋଇ ଉପଚାର !

304

ସଫା ଦାନ୍ତ ଏବଂ ମଜଭୂତ ମାଢି ହେଉଛି ସୁସ୍ଥ ଦାନ୍ତର ପରିଚୟ । ମାଢି ସୁସ୍ଥ ରହିଲେ କୌଣସି ସମସ୍ୟା ହୋଇନଥାଏ । କିନ୍ତୁ ଯଦି ମାଢି ଦୁର୍ବଳ ହୋଇଯାଏ ତେବେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିଥାଏ । ଦୁର୍ବଳ ଦାନ୍ତ ଏବଂ ମାଢି ଯୋଗୁଁ ଖାଦ୍ୟ ପାନୀୟରେ ମଧ୍ୟ ଅନେକ ସମସ୍ୟା ହୋଇଥାଏ । କୌଣସି ଥଣ୍ଡା କିମ୍ବା ଗରମ ଖାଦ୍ୟ ଖାଇବା ବେଳେ ଦାନ୍ତ ମୂଳ ଝିମ୍ ଝିମ୍ ହୋଇଥାଏ । ତେବେ ଦାନ୍ତ ଏବଂ ମାଢିକୁ ମଜଭୂତ ରଖିବା ପାଇଁ କେବଳ ବ୍ରଶ୍ କରିବା ଯଥେଷ୍ଟ ନୁହେଁ । ସେଥିପାଇଁ ବିଶେଷ ଧ୍ୟାନ ରଖିବାକୁ ପଡିଥାଏ ।

ଯଦି ଆପଣ ବି ଦୁର୍ବଳ ମାଢି ପାଇଁ ଚିନ୍ତିତ ତେବେ ନଜର ପକାନ୍ତୁ କିଛି ସହଜ ଘରୋଇ ଉପଚାର ଉପରେ ।

ମୂଳା : ମୂଳାରେ ପ୍ରଚୁର ପରିମାଣର କ୍ୟାଲସିୟମ୍ ଥାଏ । ତେଣୁ ପ୍ରତିଦିନ ମୂଳା ଖାଇଲେ କମଜୋର୍ ଦାନ୍ତ ଏବଂ ମାଢି ମଜଭୂତ ହୋଇଥାଏ ।

ମେଥୀ : ମେଥୀକୁ ପାଣିରେ କିଛି ସମୟ ଫୁଟାଇ ସେହି ପାଣିକୁ ଥଣ୍ଡା କରନ୍ତୁ । ଥଣ୍ଡା ହୋଇଯିବା ପରେ ପାଣିକୁ ଦାନ୍ତରେ ଘଷନ୍ତୁ । ନିୟମିତ ଏପରି କଲେ କମଜୋର ଦାନ୍ତ ଏବଂ ମଜଭୂତ ହେବା ସହ ଦାନ୍ତରେ ହେଉଥିବା ପୀଡା ମଧ୍ୟ ଦୂର ହୋଇଥାଏ ।

ବାଦାମ : ଦାନ୍ତ ପାଇଁ ଖୁବ୍ ଲାଭଦାୟକ ହେଉଛି ବାଦାମ । ଏହାକୁ ଭଲ ଭାବରେ ଚୋବାଇ ଖାଇଲେ ଦାନ୍ତ ଏବଂ ମାଢି ମଜଭୂତ ହୋଇଥାଏ ।

ମଂଜୁଆତି ପତ୍ର : ଯଦି ଆପଣଙ୍କ ଦାନ୍ତ ଖୁବ୍ ଦୁର୍ବଳ ଏବଂ ସମୟ ସମୟରେ ରକ୍ତ ବାହାରୁଛି ତେବେ ଏଥିପାଇଁ ଭଲ ଔଷଧ ହେଉଛି ମଂଜୁଆତି ପତ୍ର । ଏପରି ସମସ୍ୟା ଦେଖାଦେଲେ ମଂଜୁଆତି ପତ୍ରକୁ ଫୁଟାଇ ପାଣିକୁ ଥଣ୍ଡା କରନ୍ତୁ । ଏହାପରେ ସେହି ପାଣିକୁ କୁଳି କରନ୍ତୁ । ନିୟମିତ ଏପରି କଲେ ଦାନ୍ତର ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଜାମୁ କୋଳି : ଜାମୁ କୋଳିର ମଂଜିକୁ ଭଲ ଭାବରେ ଶୁଖାଇ ଗୁଣ୍ଡ କରନ୍ତୁ । ଏହା ପରେ ସେଥିରେ ଅଳ୍ପ ସୈନ୍ଧବ ଲୁଣ ଏବଂ କିଛି ଗୋଲମରିଚ ଗୁଣ୍ଡ ମିଶାଇ ଦାନ୍ତରେ ଘଷନ୍ତୁ । ନିୟମିତ ଏପରି କଲେ ଦାନ୍ତ ମଜଭୂତ ହୋଇଥାଏ ।

ଡାଳିମ୍ବ : ଡାଳିମ୍ବର ଫୁଲକୁ ଛାଇରେ ଭଲ ଭାବରେ ଶୁ୍ଖାଇ ଗ୍ରାଇଣ୍ଡିଂ କରି ଛାଣି ଦିଅନ୍ତୁ । ନିୟମିତ ଏହି ଗୁଣ୍ଡକୁ ଘଷିଲେ ଦାନ୍ତ ମଜଭୂତ ହୋଇଥାଏ ।

ଲେମ୍ବୁ : ଲେମ୍ବୁରେ ଭିଟାମିନ୍ ସି ଭରପୁର ରହିଛି । ଯାହାକୁ ଦାନ୍ତକୁ ମଜଭୂତ କରିବାରେ ସାହାଯ୍ୟ କରିଥାଏ । ଲେମ୍ବୁ ରସରେ ସାଧାରଣ ଲୁଣ ଏବଂ କିଛି ବୁନ୍ଦା ସୋରିଷ ତେଲ ମିଶାନ୍ତୁ । ଦାନ୍ତରେ ଧୀରେ ଧୀରେ ଏହି ମିଶ୍ରଣକୁ ମାଲିସ କରନ୍ତୁ । ନିୟମିତ ଏପରି କଲେ ଦାନ୍ତ ମଜଭୂତ ହୋଇଥାଏ ।