ଭାଲେଣ୍ଟାଇନ ଡେ’କୁ ଖାସ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କିଭଳି କରିବେ ଯୋଜନା ?

79

ପ୍ରତିବର୍ଷ ୧୪ ଫେବୃୟାରୀ ଦିନକୁ ଆଜିକାଲିର ଯୁବପିଢ଼ୀ ଭାଲେଣ୍ଟାଇନ ଡ଼େ ରୂପେ ପାଳନ କରୁଛନ୍ତି । ଭାଲେଂଟାଇନ ଡ଼େ ଦିନ କାର୍ଡ଼, କ୍ୟାଣ୍ଡି, ଅନେକ ପ୍ରକାର ଉପହାର ଏବଂ ଫୁଲ ଆଦି ଆଦାନ ପ୍ରଦାନ କରିଥାନ୍ତି ପ୍ରେମୀଯୁଗଳ । କାରଣ ଏହାକୁ ପ୍ରେମ ଓ ଭଲପାଇବାର ଦିନ ବୋଲି କୁହାଯାଏ । କୁହାଯାଏ ପ୍ରେମଦିବସର ରୋମରୁ ଆରମ୍ଭ ହୋଇଥିଲା । କିନ୍ତୁ ଆଜିକଲି ଏହାକୁ ସମସ୍ତେ ପାଳନ କରୁଛନ୍ତି । ଯାହା ପ୍ରେମର ପ୍ରତୀକ । ଆପଣ ମଧ୍ୟ ଏହାକୁ ନିଆରା ଭାବରେ ପାଳନ କରିପାରିବେ ।

– ଭାଲେଣ୍ଟାଇନ ଡେକୁ ଖାସ କରିବାକୁ ଚାହୁଁଥିଲେ, ଆପଣଙ୍କ ପାର୍ଟନରଙ୍କୁ ଲଙ୍ଗ ଡ୍ରାଇଭରେ ନେଇଯାଆନ୍ତୁ । ଯଦି ଅଧିକ ସରପ୍ରାଇଜ ଦେବାକୁ ଚାହୁଁଛନ୍ତି ତେବେ କୌଣସି ଗୀତ ଡେଡିକେଟ କରି ରୋମାଂଟିକ ଗିଫ୍ଟ ଦେଇପାରିବେ ।

– ତାଙ୍କ ପସନ୍ଦୀୟ ସ୍ଥାନକୁ ନେଇ ତାଙ୍କୁ ଡେଷ୍ଟିନେସନ ପାର୍ଟି ମଧ୍ୟ ଦେଇପାରିବେ । ଏହାକୁ ରୋମାଂଟିକ କରିବା ପାଇଁ କୌଣସି ଗୀତ ମଧ୍ୟ ବଜାଇ ପାରିବେ ।

– ଘରେ କିମ୍ବା ବାହାରେ କୌଣସି ରେଷ୍ଟୁରାଂଟରେ ଡିନର ପ୍ଲାନ ମଧ୍ୟ କରିପାରିବେ । ଏହାକୁ ଖାସ କରିବା ପାଇଁ କୌଣସି ଗିଫ୍ଟ ମଧ୍ୟ ଦେଇପାରିବେ ।

– ଯଦି ଆପଣ ଦୂରରେ ଅଛନ୍ତି ଏବଂ ତାଙ୍କୁ ସରପ୍ରାଇଜ ଦେବା ପାଇଁ ଚାହୁଁଛି, ତେବେ ଆପଣ ଅନଲାଇନରେ ତାଙ୍କୁ କୌଣସି ଗିଫ୍ଟ ଦେଇପାରିବେ ।

– ଯଦି ଆପଣ ସାଧାରଣ ଭାବରେ ତାଙ୍କୁ ସରପ୍ରାଇଜ ଦେବା ପାଇଁ ଚାହୁଁଛନ୍ତି, ତେବେ ତାଙ୍କ ହୃଦୟକୁ ଛୁଇଁବା ଭଳି କିଛି କାର୍ଯ୍ୟ କରିପାରିବେ । ଯେପରିକି ଆପଣ ଲଭ ମେସେଜକୁ ରେଡ଼ିଓ ଦ୍ୱାରା ବ୍ରଡ଼କାଷ୍ଟ କରିପାରିବେ ।