ଆଳୁରୁ ତିଆରି ହେବ ବିଜୁଳି ! ୪୦ ଦିନ ପର୍ଯ୍ୟନ୍ତ ଜଳିବ ବଲବ

74

ବଲବ ଜଳାଇବା ସହ ଘରକୁ ଆଲୋକିତ କରିବା ପାଇଁ ବିଜୁଳିି ବଦଳରେ ଆଳୁର ପ୍ରୟୋଗ ସମ୍ବବ କି ? ଗବେଷକ ରାବିନୋବିଚ ଓ ତାଙ୍କର ସହଯୋଗୀ ବିଗତ କିଛି ବର୍ଷ ଧରି ଏହା ଏନେି ଗେବେଷଣା କରୁଥିଲେ । ରାବିନୋବିଚଙ୍କ କହବା ଅନୁସାରେ ଏକ ଆଳୁ ୪୦ ଦିନ ପର୍ଯ୍ୟନ୍ତ ଏକ ଏଲଇଡି ବଲବକୁ ଜଳାଇପାରିବ । ଏହାସହ ସେ କହିଛନ୍ତି ଏହି ସିଦ୍ଧାନ୍ତରେ କିଛି ନୂଆ କଥା କାହିଁ । ଏହି ସିଦ୍ଧାନ୍ତ ହାଇସ୍କୁଲ ବହିରେ ପଢାଯାଏ ।

-ଏଥିପାଇଁ ଜରୁରୀ ଦୁଇ ପ୍ରକାର ଧାତୁ – ପ୍ରଥମ ହେଲା ଏନୋଡ ଯାହା ନେଗେଟିଭ ଇଲେକ୍ଟ୍ରୋଡ ଅଟେ ଯେପରିକି ଜିଙ୍କ, ଦ୍ୱିତୀୟ ହେଲା କ୍ୟାଥାଡ ଯାହା ପଜିଟିଭ ଇଲେକ୍ଟ୍ରାଡ ଅଟେ ଯେପରି କପର ମାନେ ତମ୍ବା ଆଳୁ ଭିତରେ ଥିବା ଏସିଡ ଜିଙ୍କ ଓ ତମ୍ବା ସହ ରାସାୟନିକ କ୍ରିୟା କରିଥାଏ । ଆଉ ଯେତେବେଳ ଇଲେକ୍ଟ୍ରୋନ୍ସ ଏକ ପଦାର୍ଥରୁ ଅନ୍ୟ ପଦାର୍ଥ ଆଡକୁ ଯାଆନ୍ତି ସେତେବେଳ ସୃଷ୍ଟି ହୁଏ ଶକ୍ତି ।

– ଏହା ୧୭୮୦ରେ ଉଦ୍ଭାବନ ହୋଇଥିଲା ।

-୨୦୧୦ରେ ରାବିନୋବିଜ କାଲିଫରନିଆ ବିଶ୍ୱବିଦ୍ୟାଳୟ କିଛି ସହୋଯୋଗୀଙ୍କ ସହ ଏନେଇ ଆଉ ଏକ ଚେଷ୍ଟା କରିିବା ପାଇଁ ପଣ କରିଥିଲେ ।

-ତାଙ୍କ କହିବା ଅନୁସାରେ ୨୦ ଅଲଗା ଅଲଗା ପ୍ରକାର ଆଳୁର ଆନ୍ତରୀଣ ପ୍ରତିରୋଧ ଯାଞ୍ଚ ସେ ଆରମ୍ଭ କରିଥିଲେ ପରୀକ୍ଷା ।

-ଆଳୁକୁ ୮ ମିନିଟ ସିଝାଇଲେ ଇଲେକ୍ଟ୍ରୋଡ ଅଧିକ ମୁଭମେଣ୍ଟ କଲା ଯାହାଦ୍ୱାରା ଅଧିକ ଶକ୍ତି ତିଆରି ହେଲା ।

-ଆଳୁକୁ ୪/୫ ଖଣ୍ଡ କାଟି ତାକୁ ତମ୍ବା ଓ ଜିଙ୍କର ପ୍ଲେଟ ମଧ୍ୟରେ ରଖାଗଲା । ଏପରି କରିବା ଦ୍ୱାରା ଶକ୍ତି ୧୦ ଗୁଣ ଅଧିକ ବଢିଗଲା ଓ ବିଜଳି ତିଆରି କରିବରା ମୂଲ୍ୟ ମଧ୍ୟ କମିଗଲା ।

-ରାବିନୋବିଚଙ୍କ କହବା ଅନୁସାରେ ଏହି ଗବେଷଣା ପରେ ଜଚ୍ଚାଗଲା କେବଳ ଯେ ବଲ୍ୱ ଜଳିବ ତା’ନୁହଁ ଏଥିରେ ବ୍ୟାଟେରୀ ତିଆର କରିହେବ ଯେଉଁଠି ମୋବାଇଲ ଓ ଲ୍ୟାପଟପ ଚାର୍ଜ କରିହେବ ।

                      ସୌଜନ୍ୟ-ଇନେକ୍ସଟ ଲାଇଭ