ମାଗଣାରେତିଆରି କରନ୍ତୁ ୱେବସାଇଟ ଓ ନିଜେ କରନ୍ତୁ ଡିଜାଇନ ! ଜାଣନ୍ତୁ କିପରି କରିବେ

156

ଆମ ମାନଙ୍କ ମଧ୍ୟରେ ଅନେକ ଲୋକ ଥିବେ ଯେଉଁମାନେ ନିଜେ ୱେବସାଇଟ ବନାଇବାକୁ ଚାହୁଁଥିବେ କିନ୍ତୁ କେମିତି ତିଆରି ହେବ ଚିନ୍ତା କରି ସେମାନେ ଏକଥାକୁ ଟାଳି ଦେଉଥିବେ । ଏହାସହ ୱେବସାଇଟ ଡିଜାଇନ କରିବ କିଏ ? ଏତେ ଟଙ୍କା କେଉଁଠୁ ଆସିବ ? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବା । ଆସନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ୱେବସାଇଟ ବଷୟରେ ଜଣାଇବୁ ଯେଉଁଠି ଆପଣ ମାଗଣାରେ ଓ ସହଜରେ ନିଜର ୱେବସାଇଟ ତିଆରି କରିପାରିବେ । ଏହାସହ ୱେବସାଇଟକୁ ନିଜ ମନପସନ୍ଦର ଡିଜାଇନ ମଧ୍ୟ କରିପାରିବେ ।

ୱିକ୍ସ- ମାଗଣା ୱେବସାଇଟ ତିଆରି କରିବାର ସେବା ଦେଉଥିବା ୱେବସାଇଟରେ ୱିକ୍ସର ନାମ ପ୍ରଥମରେ ଆସୁଛି । ଏହି ୱେସାଇଟରେ ଆପଣଙ୍କୁୁ ମିଳିବ ବିଭିନ୍ନ ପ୍ରକାରର ଟେମ୍ପଲେଟ । ସବୁଠାରୁ ଭଲ କଥା ହେଲା ଯଦି ୱେବସାଇଟ ତିଆରି ଆପଣଙ୍କ କିଛି ବୁଝି ପାରୁନାହାନ୍ତି, ତେବେ ଆପଣଙ୍କୁ ତୁରନ୍ତ ୱିକ୍ସର ହେଲ୍ପଲାଇନ ଚାର୍ଟର ସାହାଯ୍ୟ ନେଇପାରିବେ ।

ଆଇଏମ କ୍ରିଏଟର- ୱେବସାଇଟ କ୍ରିୟଟରରେ ଦ୍ୱିତୀୟରେ ଆସୁଛି ଆଇଏମ କ୍ରିଏଟର । ଏହି ୱେବାସାଇଟ ରେ ୱିକ୍ସ ପରି ଡ୍ରାଗ ଏଣ୍ଡ ଡ୍ରପର ଫିଚର ଦିଆଯାଇଛି । ଏଥିରେ ୱେବସାଇଟର ନିୟମିତ ଅପଡେଟ ମଧ୍ୟ ମିଳେ । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଏହି ୱେବସାଇଟ ସାହାଯ୍ୟରେ ନିଜର ମୋବାଇଲ କିମ୍ବା ଟାବଲେଟ ଜରିଆରେ ଆପଣ ୱେବସାଇଟ ଡିଜାଇନ ମଧ୍ୟ କରିପାରିବେ ।

ମୁନଫ୍ରୁଟ- ମୁନଫ୍ରୁଟ ମଧ୍ୟ ଏକ ମାଗଣା ୱେବସାଇଟ ତିଆରି ୱେବସାଇଟ । ଏଥିରେ ୱେବସାଇଟ ଡିଜାଇନ କରିବା ଆହୁରି ସହଜ ।

ୱିବଲି-  ମାଗଣା ୱେବସାଇଟ ତିଆରି କରିବାରେ ୱିବଲିର ରହିବ ବଡ ନାମ । ଏହି ୱେବସାଇଟକୁ ନେଇ ୟୁଜରଙ୍କ ମାନେ ମଧ୍ୟ ବହୁତ ଭଲ ମତ ଦେଇଛନ୍ତି । ଏହି ୱେବସାଇଟର ଖାସ କଥା ହେଲା ହୋଷ୍ଟିଂ ପାଇଁ ଏଥିରେ ଅଲଗା ଟଙ୍କା ଦେବାକୁ ପଡେ ନାହିଁ । ଆପଣ ଚାହିଁଲେ ଅସୀମିତ ପେଜର ହୋଷ୍ଟିଂ ଗୋଟିଏ ଦାମରେ କରିପାରିବେ ।

                                 ସୌଜନ୍ୟ-ଅମର ଉଜାଲା