ନାଁ ଟଙ୍କା ଦରକାର ନାଁ ଯିବାକୁ ପଡ଼ିବ ଅଫିସ୍ . . . . ଘରେ ବସି ବସି ଅନଲାଇନରେ ରୋଜଗାର କରିପାରିବେ ଟଙ୍କା

71

ଅଫିସରେ ଆଠରୁ ଦଶ ଘଂଟା କାମ କରିବା ଓ ବସଙ୍କ ଠାରୁ ତାଗିଦ୍ ଶୁଣିବା କାହାକୁ ବା ଭଲଲାଗେ । ସମସ୍ତେ ନିଜ ସ୍ୱାଧୀନତା ଚାହାନ୍ତି । କିନ୍ତୁ ସମୟ ତାଡ଼ନାରେ ତଥା ଘର ଚଳାଇବା ପାଇଁ ଅନେକ ଲୋକ ଚାକିରି କରନ୍ତି । କାରଣ ଆଜିକାଲିର ମହଙ୍ଗା ଯୁଗରେ ଆପଣଙ୍କ ପାଖରେ ଟଙ୍କା ନଥିଲେ କିଛି ନାହିଁ । ଲୋକେ ଆପଣଙ୍କୁ ଅଚିହ୍ନା ପରି ବ୍ୟବହାର କରିବେ । ତେବେ ଅଫିସରେ ଏତେ ପରିଶ୍ରମ କରି ମଧ୍ୟ କ’ଣ ସମସ୍ତେ ଉଚିତ ପାରିଶ୍ରମିକ ପାଉଛନ୍ତି କି ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅଫିସ ନଯାଇ ମଧ୍ୟ ଟଙ୍କା ରୋଜଗାର କରିହେବ । ଆସନ୍ତୁ ଜାଣିବା ଅଫିସରେ କାମ ନକରି ତଥା ଟଙ୍କା ଖର୍ଚ୍ଚ ନକରି ସହଜ ଉପାୟରେ ଆପଣ କିପରି ଅନଲାଇନରେ ଟଙ୍କା ରୋଜଗାର କରିପାରିବେ ।

ଅଫିସରେ ୮ରୁ ୧୦ ଘଂଟା ବିତାଇବା ପରିବର୍ତ୍ତେ ଘରେ ବସି ଆପଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ସବୁଠାରୁ ବଡ଼ କଥା ହେଲା ଘରେ ବସି ରୋଜଜାର କରିବା ପାଇଁ ଆପଣଙ୍କୁ ଟଙ୍କା ମଧ୍ୟ ଖର୍ଚ୍ଚ କରିବା ପାଇଁ ପଡ଼ିବ ନାହିଁ । ଆଜି ଆମେ ଆପଣଙ୍କୁ ଘରୁ କିପରି ସହଜ ଉପାୟରେ ତଥା ଅନଲାଇନରେ ରୋଜାଗାର କରିପାରିବେ ସେ ନେଇ ଜଣାଇବୁ ।

ଅନେକ ଏପରି ୱେବସାଇଟ୍ ଅଛି, ଯେଉଁଠି ସାଇନ୍ ଅପ କରି ଓ ବିଜ୍ଞାପନ ପଢ଼ି ଆପଣ ଟଙ୍କା ରୋଜଗାର କରିପାରିବେ । ସାଇନ୍ ଅପ୍ କରିବା ପରେ ଆପଣଙ୍କୁ ନିୟମିତ ରୂପେ ଉକ୍ତ ସାଇଟରେ ଲଗ ଇନ୍ କରି ନିଜ ଆକାଉଂଟରେ ଡାସବୋର୍ଡ଼ରେ ଦେଖାଯାଉଥିବା ଆଡ଼ ଉପରେ କ୍ଲିକ କରିବା ପାଇଁ ପଡ଼ିବ । ଏପରି ଅନେକ ସାଇଟ୍ ଅପାଣଙ୍କୁ ଏସଏମଏସ୍ ଜରିଆରେ ଆଡ଼୍ ପଠାନ୍ତି ଓ ପଢ଼ିବା ପାଇଁ ଟଙ୍କା ମଧ୍ୟ ଦିଅନ୍ତି । ପ୍ରତିଦିନ ୧୦-୨୦ ମିନିଟ୍ କମ୍ପ୍ୟୁଟରରେ ବିତାଇ ଆପଣ ଭଲ ଟଙ୍କା ରୋଜଗାର କରିପାରିବେ । ଏହା ବ୍ୟତୀତ ଆପଣ ଅନଲାଇନ୍ ମାଇାକ୍ରୋ ଜବ ସାହାଯ୍ୟରେ ମଧ୍ୟ ଆୟ କରିପାରିବେ ।

ଟିଭି ଓ ସୋସିଆଲ ମିଡ଼ିଆରେ ମାତ୍ର କିଛି ଘଂଟା ବିତାଇ ଆପଣ ଟଙ୍କା ରୋଜଗାର କିରପାରିବେ । କିନ୍ତୁ ଏପରି କରିବା ପାଇଁ ଭିନ୍ନ ଏକ ଇମେଲ ଆଇଡ଼ି ତିଆରି କରିବା ପାଇଁ ପଡ଼ିବ । ଏହା ବ୍ୟତୀତ ଆଉ ଏକ ଭଲ ରୋଜାଗାର କରିବାର ଉପାୟ ହେଲା ବ୍ଲଗିଂ ଇଂଟରନେଟ୍ । ଆପଣ ସାଧାରଣ ବ୍ଲଗ ତିଆରି କରି କିଛି ଭଲ କଥା ପୋଷ୍ଟ କରି ତାକୁ ପ୍ରମୋଟ୍ କରିପାରିବେ । ଏହା ବ୍ୟତୀତ ଆପଣ ଫ୍ରି ଓ ପେଡ଼୍ ବ୍ଲଗ ମଧ୍ୟ ତିଆରି କରିପାରିବେ । ଆଡ଼ ନେଟୱର୍କରେ ଆଡ଼ ଦେଇ ଆପଣ ବ୍ଲଗ୍ ଦ୍ୱାରା ଆୟ କରିପାରିବେ । ଏହା ଗୁଗଲ ଆଡ଼ସ ପରି ଅଟେ ।

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ଆଉ ସ୍ମାର୍ଟଫୋନରେ ଫଟୋଗ୍ରାଫି କରିବା ନିଶା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଯଦି ଆପଣ ପ୍ରକୃ୍ତି, ପଶୁପକ୍ଷୀ ଓ ବାସ୍ତବ ଘଟଣା, କୌଣସି ସୁନ୍ଦର ସ୍ଥାନର ଫଟୋ ଉଠାଇବା ପାଇଁ ପସନ୍ଦ କରନ୍ତି, ତେବେ ଆପଣଙ୍କ ପାଇଁ ମଧ୍ୟ ରହିଛି କାମ । ଆପଣ ନିଜେ ଉଠାଇଥିବା ଫଟୋକୁ ଫଟୋ ସେଲିଂ PhotoBucket, Shutterstock, iStock ଆଦିରେ ବିକ୍ରି କରିପାରିବେ ।

ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ପ୍ରଡ଼କ୍ଟକୁ ଇୱେ, ଆମାଜନ, ଫ୍ଲିଫକାର୍ଟ ପରି ବଡ଼ ବଡ଼ ସିପିଂ ସାଇଟରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏଥିପାଇଁ ଆପଣଙ୍କୁ କେବଳ ଏକ ଭଲ ପ୍ରଡ଼କ୍ଟ ଦରକାର । ଏହାପରେ ଏପରି ଅନେକ ସାଇଟରେ ସାଇନ୍ ଅପ୍ କରି ପ୍ରଡ଼କ୍ଟର ପ୍ରାଇସ ସହ ଲିଷ୍ଟିଂ କରି ବିକ୍ରି କରିବା ଆରମ୍ଭ କରିଦିଅନ୍ତୁ । ଏଥିପାଇଁ ଆପଣଙ୍କୁ କାହା ସହ କଥା ହେବା ଦରକାର ନାହିଁ । ଏଥିପାଇଁ ଆପଣଙ୍କ ମେଲବକ୍ସ ଜରିଆରେ ମେଲ ଆସିବ ଓ କମ୍ପାନୀ ଜରିଆରେ ଡ଼େଲିଭର କରିହେବ ।