୨୦୨୦ ପର୍ଯ୍ୟନ୍ତ ଦେଶରୁ ଦୂରେଇ ଯିବ ବେକାରୀ ସମସ୍ୟା ! ମୋଦି ସରକାର ଯୋଗାଇବେ ୧୦ କୋଟି ଚାକିରି

50

ଭାରତରେ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି । ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଦେଶରେ ଲୋକଙ୍କୁ ମନଲାଖି ଚାକିରି ଖଣ୍ଡେ ମିଳୁନି । ଏଥିପାଇଁ ବିଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଆମ ଦେଶର ଉଚ୍ଚଶିକ୍ଷିତ ତଥା ବୁଦ୍ଧିମାନ ବ୍ୟକ୍ତିମାନେ ବିଦେଶରେ କାମ କରୁଛନ୍ତି । ଅଧିକାଂଶ ନୂତନ ଉଦ୍ଭାବନ ପଛରେ ଭାରତୀୟଙ୍କ ହାତ ରହୁଛି । ତଥାପି ଆମ ଦେଶକୁ ମିଳୁନି ସମ୍ମାନ । ବାହାର ଦେଶ ଗୁଡ଼ିକ ନେଇ ଯାଉଛନ୍ତି ସମସ୍ତ ଶ୍ରେୟ । ତେବେ ଦେଶର ଏପରି ଅବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି । ହେଲେ ସେପରି କିଛି ଆଖିଦୃଶିଆ ସଫଳତା ମିଳୁନି । ତେବେ ଆଗକୁ ଏପରି ଅସୁବିଧା ନହେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କଲେଣି ।

pm-modi୨୦୨୦ ପର୍ଯ୍ୟନ୍ତ ମେକ୍ ଇନ୍ ଇଣ୍ଡିିଆ ଦ୍ୱାରା ଭାରତରେ ୧୦ କୋଟିରୁ ଅଧିକ ନିଯୁକ୍ତ ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ମିଳିଛି । ନୀତି ଆୟୋଗର ମହାନିର୍ଦ୍ଦେଶକ ଏହା ଦାବି କରିଛନ୍ତି । ମୋଦି ସରକାରଙ୍କ ଦ୍ୱାରା ହୋଇଥିବା ଯୋଜନା, ମେକ୍ ଇନ୍ ଇଣ୍ଡିିଆ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମଧ୍ୟ ଲୋକେ ଆଶାବାନ୍ଧି ବସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ଯାଜନା ବିଷୟରେ କହିଛନ୍ତି । ଯଦି ନୀତି ଆୟାଗ ମହାନିର୍ଦ୍ଦେଶକଙ୍କ ଦାବି ସତ ହୁଏ, ତେବେ ଦେଶର ଯୁବଗୋଷ୍ଠୀଙ୍କ ଭବିଷ୍ୟତ ଉଜ୍ଜଳ ନଜର ଆସୁଛି ।

ଆମେ ବର୍ତ୍ତମାନ ଟେକ୍ନାଲାଜି ଯୁଗରେ ଅଛନ୍ତି, ଯେଉଁଠି ଅଧାରୁ ଅଧିକ କାମ ଯନ୍ତ୍ରଦ୍ୱାରା ଅତି ସହଜରେ ହୋଇପାରୁଛି । ଟେକ୍ନୋଲୋଜିର ଅଧିକ ବ୍ୟବହାର ହେଉଛି । ମେକ୍ ଇନ୍ ଇଣ୍ଡିଆ ଜରିଆରେ କେନ୍ଦ୍ର ସରକାର ଭାରତକୁ ମ୍ୟାନୁଫ୍ୟାକ୍ଚରିଂଙ୍ଗ ହବ୍ ରୂପରେ ପରିଣତ କରିବା ପାଇଁ ଚାହୁଁଛନ୍ତି । ଏହି ପ୍ରୟାସ ଗୁଡ଼ିକର ପ୍ରମାଣ ହେଲା ବିଗତ କିଛି ବର୍ଷ ମଧ୍ୟରେ ୧୦୭ ନୂଆ ମ୍ୟାନୁଫ୍ୟାକଚିଙ୍ଗ୍ , ଇଞ୍ଜିନିୟରିଂ ଓ ଏହାସହ ଜଡ଼ିତ ସେକ୍ଟର ଅଧିକ ବୃଦ୍ଧି ପାଇଛି । ଆଗାମୀ ଏକ ବର୍ଷ ମଧ୍ୟରେ ପାଖାପାଖି ୭.୨ ଲକ୍ଷ ଅସ୍ଥାୟୀ ଚାକରି ମିଳିବ । ଏହାସହ ଇ-କମର୍ସ ଓ ଇଂଟରନେଟ୍ ସହ ଜଡ଼ିତ ନିଯୁକ୍ତ ବଢ଼ିବ ।