ରାଜଧାନୀରେ ଆଜିଠୁ ମେକ୍ ଇନ ଓଡିଶା ଉତ୍ସବ : ସମାବେଶକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

26

କନକ ବ୍ୟୁରୋ : ଆଜି ଠାରୁ ରାଜଧାନୀରେ ଆରମ୍ଭ ହେବାକୁ ଯାଉଛି ବ୍ୟବସାୟିକ ସମାବେଶ ମେକ ଇନ ଓଡିଶା । ବଡ ବଡ କଂପାନୀର କାର୍ଯ୍ୟନିର୍ବାହୀଙ୍କ ସମେତ ପୁଂଜିପତିଙ୍କ ହେବ ସମାଗମ । ଓଡିଶାରେ ଆରମ୍ଭ ହେବ ଶିଳ୍ପାୟନର ଆଉ ଏକ ଯୁଗ । ଦେଶର ପ୍ରାୟ ୩ଶହ କଂପାନୀ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଥିବା ବେଳେ ହଜାରେରୁ ଅଧିକ ପ୍ରତିନିଧିଙ୍କୁ ସ୍ୱାଗତ କରିବାକୁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ।

ତିନି ଦିନ ଧରି ଜନତା ମଇଦାନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବ୍ୟବସାୟିକ ଉଦ୍ୟୋଗର ବଡ ବଡ ବ୍ୟକ୍ତି ଯୋଗ ଦେବେ । ବ୍ୟବସାୟ କରିବାରେ ନିଜର ଅନୁଭୁତି ତଥା ଉତଥାନ ଓ ପତନର କଥା ନୂଆ ନିବେଶକଙ୍କୁ କହିବେ ବିଜନେସ ଟାଇକୁନ୍ । ଆଦିତ୍ୟ ବିର୍ଲା ଗ୍ରୁପର କୁମାର ମଂଗଲମ୍, ଲାର୍ସେନ ଆଣ୍ଡ ଟର୍ବୋର ଏ.ଏମ୍ ନାଏକ୍, ଷ୍ଟେଟବ୍ୟାଙ୍କର ଅଧ୍ୟକ୍ଷା ଅରୁନ୍ଧତୀ ଭଟାଚାର୍ଯ୍ୟ,ପ୍ରମୁଖ ଯୋଗ ଦେବେ ।

ସେହିପରି ଆଦାନୀ ଗ୍ରୁପର ଗୈାତମ ଆଦାନୀ,କୋକାକୋଲା କଂପାନୀର ମୁଖ୍ୟ ଟି କ୍ରିଷ୍ଣାକୁମାର, ଆଇଟିସିର ସଂଜୀବ ପୁରୀ,ଭିଡିଓକନର ଭେନୁଗୋପାଳ ଧୁତ ପ୍ରମୁଖ ଯୋଗ ଦେଇ ନୁତନ ବ୍ୟବସାୟ କରୁଥିବା ଯୁବପିଢୀଙ୍କୁ ଦେବେ ବ୍ୟବସାୟର ମନ୍ତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ଡିସେମ୍ବର ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏଥିରେ ସାମିଲ ହେବେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାର ପୁରା ଦମରେ ଲାଗି ପଡିଛନ୍ତି । ପୁର୍ବରୁ ଦେଶର ବଡବଡ ସହରରେ ମେକ ଇନ ଓଡିଶାର ପ୍ରଚାର ପ୍ରସାର କରିଛନ୍ତି ରାଜ୍ୟ ସରକାର ।

ଦେଖନ୍ତୁ ଏହି ଭିଡିଓ –