ଓଡିଶାରେ ପୁଞ୍ଜିନିବେଶ କରିବା ପାଇଁ ଶିଳ୍ପପତିଙ୍କୁ ମୁମ୍ବାଇରେ ଭେଟି ଆଲୋଚନା କରିବେ ନବୀନ । ଅପରାହ୍ନରେ ରୋଡ ଶୋ’ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

61

କନକ ବ୍ୟୁରୋ : ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ମେକ ଇନ କନକ୍ଲେଭ ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ଜଣାପଡିଛି । ଯେପରି ଭାବରେ ଓଡିଶାରେ ବିଭିନ୍ନ ବିଦେଶୀ ପୁଞ୍ଜି ନିବେଶକାରୀ ପୁଞ୍ଜି ନିବେଶ କରିବେ ଯେଉଁଥିରେ କି ଓଡିଶାର ରାଜସ୍ୱ ବଢିବ ଓ ବିକାଶ ହୋଇପାରିବ ସେନେଇ ନବୀନ ଚେଷ୍ଟା କରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଅଛନ୍ତି । ଆଜି ନବୀନ ସେଠାରେ ଏକ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ମିଳିଥିବା ସୂଚନା ଅନୁସାରେ ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଅନେକ ଶିଳ୍ପପତିଙ୍କ ସହ କଥାବାର୍ତ୍ତା କରିବେ । ଯେପରି ଭାବରେ ସେମାନେ ଓଡିଶାରେ ବିପୁଳ ମାତ୍ରାରେ ପୁଞ୍ଜିନିବେଶ କରିବେ । ଏହି ବୈଠକ ପରେ ୧୧ଟା ବେଳେ ନବୀନ ଏକ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ରୋଡ ସୋ କରିସାରିବା ପରେ ସେଠାରେ ଉପସ୍ଥିତଥିବା ଗଣମାଧ୍ୟମକୁ ସମ୍ବୋଧନ କରିବେ ନବୀନ ।

 

ସମ୍ବୋଧନ କରିବା ପରେ ପୁଣିଥରେ ଅପରାହ୍ନରେ ମୁମ୍ବାଇରେ ଉପସ୍ଥିତ ଥିବା ଶିଳ୍ପ ପତିମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ତେବେ ମୁମ୍ବାଇର ତାଜମହଲ ପ୍ୟାଲେସରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶିଳ୍ପପତିମାନଙ୍କୁ କଳିଙ୍ଗନଗର ନ୍ୟାସନାଲ ଇନଭେଷ୍ଟମେଣ୍ଟ, ମାନୁଫାକଚରିଂ ଜୋନ, ଖୋର୍ଦ୍ଧା ଓ ଛତାବରର ଫୁଡ ପ୍ରୋସେସିଂ ପାର୍କ, ରାମଦାସପୁର ଓ ଧାମନଗରର ଟେକ୍ସଟାଇଲ ସହ ଆପାରେଲ ପାର୍କ, ଅନୁଗୁଳୁର ଆଲୁମିନିୟମ ପାର୍କ ଭଳି ଅନେକ ସଂସ୍ଥାରେ ପୁଞ୍ଜିନିବେଶ କରିବା ପାଇଁ ନବୀନ ପ୍ରସ୍ତାବ ଦେବେ ବୋଲି ସୂଚନା ମିଳିଛି । ତେବେ ବୈଠକରେ ଯୋଗଦେବାକୁ ଥିବା ସମସ୍ତ ଶିଳ୍ପପତିଙ୍କ ନାମ ଅନଲାଇନରେ ପଞ୍ଜିକରଣ କରାଯାଇଥିବା ସୂଚନା ମିଳିଛି । ଏହି ବୈଠକରେ ଯୋଗଦେବା ପାଇଁ କେବଳ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ତାଙ୍କ ସାଙ୍ଗରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ଅନ୍ୟ ଅଧିକାରୀମାନେ ମୁମ୍ବାଇ ଯାଇଛନ୍ତି । ଓଡିଶାରେ ପୁଞ୍ଜିନିବେଶ କରିବା ପାଇଁ ଅନେକ ସୁବିଧା ରହିଛି ତେଣୁ ଶିଳ୍ପସଂସ୍ଥା ଗୁଡିକ ଓଡିଶାରେ ପୁଞ୍ଜିନିବେଶ କରିବାରେ କୈାଣସି ଅସୁବିଧା ନାହିଁ ଏଠାରେ ଅର୍ଥ ନିବେଶ କଲେ ସେମାନଙ୍କର ଲାଭ ହେବା ସହ ଓଡିଶାର ମଧ୍ୟ ବିକାଶ ହୋଇପାରିବ ବୋଲି ଜଣେ ବରିଷ୍ଠ
ଅଧିକାରୀ ସୂଚନା ଦେଇଛନ୍ତି ।