ଓଡିଶା ଆସୁଛନ୍ତି ମୁକେଶ ଅମ୍ବାନୀ ! ମେକ ଇନ୍ ଓଡିଶାର ଦ୍ୱିତୀୟ କନକ୍ଲେଭରେ ସାମିଲ ହେବେ ନାମୀଦାମୀ ବିଜନେସ ଟାଇକୁନ୍ ।

121

କନକ ବ୍ୟୁରୋ : ଆସନ୍ତା ୧୧ ରୁ ୧୫ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବ ମେକ୍ ଇନ୍ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଏଥିରେ ସାମିଲ ହେବାକୁ ଓଡିଶା ଆସିବେ ଅମ୍ବାନୀ, ଜିନ୍ଦଲ, ଅଦାନୀଙ୍କ ଭଳି ଦେଶର ବଡ ବଡ ଶିଳ୍ପପତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବିଜନେସ୍ ଲିଡରସିପ୍ ସମିଟର କାର୍ଯ୍ୟକ୍ରମ ବି ରହିଛି । ଏଥର ୩ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ଆସିବା ନେଇ ଲକ୍ଷ୍ୟ ରଖାଯାଇଛି ।

ମୁକେଶ ଅମ୍ବାନୀ – ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ମୁଖ୍ୟ

ଏନ୍ ଚନ୍ଦ୍ରଶେଖରନ୍ – ଟାଟା ଗ୍ରୁପ ଅଧ୍ୟକ୍ଷ

ନବୀନ ଜିନ୍ଦଲ – ଜେଏସପିଏଲ୍ ମୁଖ୍ୟ

କୁମାର ମଙ୍ଗଲମ ବିର୍ଲା – ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ୍

ଆନନ୍ଦ ମହିନ୍ଦ୍ରା – ମହିନ୍ଦ୍ରା ଗ୍ରୁପ୍ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ

ଗୌତମ ଅଦାନୀ- ଅଦାନୀ ଗ୍ରୁପ ମୁଖ୍ୟ

ଆଦି ଗୋଦରେଜ୍ – ଗୋଦରେଜ୍ ଗ୍ରୁପ୍ ଚେୟାରମ୍ୟାନ୍

ଓଡିଶା ଆସୁଛନ୍ତି ଭାରତର ଏହି ନାମୀଦାମୀ ବିଜନେସ ଟାଇକୁନ । ଗୋଟିଏ ଛାତ ତଳେ ଏକାଠି ହେବେ ଦେଶର ବଡ ବଡ ଶିଳ୍ପପତି । ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ହେବାକୁ ଯାଉଛି ମେକ ଇନ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଯେଉଁଥିରେ ସାମିଲ ହେବେ ବିଶ୍ୱର ଏହି ସଫଳ ଶିଳ୍ପପତି । ଏମାନଙ୍କ ସହ ଜାପାନ, ଚୀନ, କୋରିଆ ଓ ଫ୍ରାନ୍ସର ପ୍ରତିନିଧି ମଧ୍ୟ ସାମିଲ ହେବେ ।

୧୧ ରୁ ୧୫ଯାଏଁ ମେକ୍ ଇନ୍ ଓଡି଼ଶା କନକ୍ଲେଭ୍ । ୨୪ଟି ସେକ୍ଟରରେ ୩ ଲକ୍ଷ କୋଟି ପୁଂଜି ନିବେଶ ଲକ୍ଷ୍ୟ । ୧୧ରୁ ୧୫ ତାରିଖ ଯାଏଁ, ୫ ଦିନ ଧରି ଚାଲିବ ମେକ ଇନ ଓଡିଶା କନକ୍ଲେଭ୍ । ଟେକ୍ସଟାଇଲ, ଫୁଡ ପ୍ରୋସେସିଂ, ପେଟ୍ରୋକେମିକାଲ୍ସ, ଏଗ୍ରି ଇଣ୍ଡଷ୍ଟ୍ରିଜ୍ ଭଳି ସେକ୍ଟରରେ ପୁଂଜି ନିବେଶ ନେଇ ଆଲୋଚନା ହେବ । ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜନେସ ଲିଡରସିପ୍ ମିଟରେ ବଡ ବଡ ଶିଳ୍ପପତି ଭାଗ ନେବା କାର୍ଯ୍ୟକ୍ରମ ରହିଛି । ଆଉ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ମେକ୍ ଇନ୍ ଓଡିଶା କନକ୍ଲେଭକୁ ସଫଳ କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଦେଶ ଭିତରେ ଓ ବାହାରେ ଇନଭେଷ୍ଟର୍ସ ମିଟ୍ କରାଯାଇଛି । ରୋଡ୍ ଶୋ ମାଧ୍ୟମରେ ଦେଶର ବଡ ବଡ ପୁଂଜି ନିବେଶକାରୀଙ୍କୁ ଓଡିଶା ଆସିବାକୁ ପ୍ରସ୍ତାବ ଦିଆଯାଇଛି । ଓଡିଶାରେ ବ୍ୟବସାୟ କଲେ ରାଜ୍ୟ ସରକାର ସମସ୍ତ ସୁବିଧା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସରକାର । ସିଆଇଆଇ ମେକ ଇନ୍ ଓଡିଶାର ଦ୍ୱିତୀୟ ସଂସ୍କରଣରୁ ଓହରିବା ପରେ ଏହାକୁ ସଫଳ କରିବାକୁ ନିଜେ ରାଜ୍ୟ ସରକାର ଅଂଟା ଭିଡିଛନ୍ତି ।