ମେକ୍ ଇନ୍ ଓଡିଶା-୨୦୧୭ ଆୟୋଜନ କଲେ ରାଜ୍ୟ ସରକାର !

97

କନକ ବ୍ୟୁରୋ : ‘ମେକ ଇନ ଓଡିଶା’ କନକ୍ଲେଭର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏକକାଳୀନ ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସଚିବାଳୟରୁ ଭିଡିଓ କନଫେରନସିଂ ଜରିଆରେ ଏହି ସବୁ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ପ୍ରକଳ୍ପର ବ୍ୟୟ ବରାଦ ୧୧ହଜାର ୬ଶହ ୯୦ କୋଟି ଟଙ୍କା ରହିଛି । ଏହି ପ୍ରକଳ୍ପ ହେଲେ ପ୍ରତ୍ୟକ୍ଷ ଭାବେ ୮ହଜାର ୧୮୭ ଜଣଙ୍କୁ ନିଯୁକ୍ତି ମିଳିବ । କଳିଙ୍ଗନଗର, ଖୋର୍ଦ୍ଧା, କଟକ, ଭୁବନେଶ୍ୱରରେ ହେବାକୁ ଥିବା ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଶିଳ୍ପଗୁଡିକ ପାଇଁ ସିଙ୍ଗଲ ଓି୍ୱଣ୍ଡୋ ପୋର୍ଟାଲର ଲଂଚ କରିଛନ୍ତି ନବୀନ ।

ଅନ୍ୟପଟେ ଆଜି  ଭୁବନେଶ୍ୱର ତାରକା ହୋଟଲେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ୪ ପେଟ୍ରୋକେମିକାଲ ଇନଭେଷ୍ଟରସ କନକ୍ଲେଭ ଆୟୋଜନ ହେଉଥିବାବେଳେ ରାଜ୍ୟ ସରକାର ଆୟୋଜନ କରିଛନ୍ତି ମେକ ଇନ ଓଡିଶା ଭୁବନେଶ୍ୱରରେ ଆୟୋଜିତ ହୋଇଛି ପେଟ୍ରୋକେମିକାଲ୍ସ କନକ୍ଲେଭ ୨୦୧୭ । ଦେଶର ପୂର୍ବ ରାଜ୍ୟଗୁଡିକରେ ପୁଞ୍ଜିନିବେଶ ନିମନ୍ତେ ନିବେଶକଙ୍କୁ ଆକୃଷ୍ଟ କରିବା ହେଉଛି କନକ୍ଲେଭର ମୁଖ୍ୟ ଉଦ୍ଦେଶ୍ୟ । କନକ୍ଲେଭର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ପୂର୍ବ ଭାରତରେ ପେଟ୍ରୋକେମିକାଲସ କ୍ଷେତ୍ରରେ ଯୁବ ଉଦ୍ୟମୀମାନଙ୍କୁ ଉଜାଗର କରିବା ଓ ନିଜର ଶିଳ୍ପ ବିକଶିତ କରିବାକୁ ପ୍ରୋତ୍ସାହିତ କରିବା ।

ଏହି କନକ୍ଲେଭ ମୁଖ୍ୟତଃ ସମ୍ଭାବ୍ୟ ପୁଞ୍ଜିନିବେଶକାରୀ ନିତି ନିର୍ଧାରକ, ଅଗ୍ରଣୀ ବ୍ୟବସାୟୀ ଏବଂ ବିତୀୟ ସଂସ୍ଥାନ ଏବଂ ଶିକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପ ଇନକ୍ୟୁବେଟରଙ୍କ ପାଇଁ ଏକ ବଡ ମଂଚ ପ୍ରଦାନ କରିବ । ସମ୍ଭାବ୍ୟ ନିବେଶକାରୀଙ୍କ ମନରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଆଲୋଚନା ପାଇଁ ଏକ ପ୍ରକୋଷ୍ଠ ବି ନିର୍ମାଣ କରାଯାଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କନକ୍ଲେଭର ଉଦଘାଟନ କରିଛନ୍ତି ।