ଭୁବନେଶ୍ୱରରେ ହେବ ମେକ୍ ଇନ୍ ଇଣ୍ଡିଆ କନକ୍ଲେଭ୍ : ଯୋଗ ଦେବେ ବିଶ୍ୱର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଉଦ୍ୟୋଗୀ

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଗାମୀ ଡିସେମ୍ବର ୧ ଓ ୨ ତାରିଖରେ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଇଣ୍ଡିଆ କନକ୍ଲେଭ୍ । ଏଥିରେ ଭାରତ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଶିଳ୍ପାନୁଷ୍ଠାନ ଓ ଉଦ୍ୟୋଗୀମାନେ ଯୋଗ ଦେବେ । ଆଜି ଏ ନେଇ ରାଜ୍ୟ ସଚିବାଳୟରେ ସମୀକ୍ଷା ହୋଇଥିଲା । ଏଥିରେ ଭାରତ ସରକାରଙ୍କ ଯୁଗ୍ମ ସଚିବ, ଫିକି, ସିଆଇଆଇ, ଟାଇ-ସିଲିକନର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ଏଥିରେ ‘ମେକ୍ ଇନ୍ ଓଡ଼ିଶା’ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ ମୁଖ୍ୟ ଶାସନ ସଚିବ ।