ପୋଷ୍ଟଅଫିସରେ ଟଙ୍କା ଜମା କରି ହୋଇପାରିବେ କୋଟିପତି ! ଜାଣନ୍ତୁ କିଛି ଫର୍ମୂଲା

222

ବର୍ତ୍ତମାନ ସମୟରେ ଟଙ୍କା ରୋଜଗାର କରିବାର ଅନେକ ମାଧ୍ୟମ ରହିଛି । ତେବେ ଏଥିପାଇଁ ଟିକିଏ ମୁଣ୍ଡ ଖଟାଇବା ଜରୁରୀ । ଟଙ୍କା ନିବେଶ କରି ଆପଣ ଷ୍ଟକ୍ ମାର୍କେଟ, ବ୍ୟାଙ୍କ୍ ଏଫଡ଼ି, ଏସଆଇପି କିମ୍ବା ପିଏଫ୍ କରି ଲାଭବାନ ହୋଇପାରିବେ । ତେବେ ଏଥିପାଇଁ ପୋଷ୍ଟଅଫିସ ମଧ୍ୟ ବହୁତ ସାହାଯ୍ୟକାରୀ । ସାଧାରଣତଃ ଲୋକମାନେ ପୋଷ୍ଟ ଅଫିସକୁ ଚିଠିପତ୍ର ନେଣଦେଣ ପାଇଁ ଜାଣନ୍ତି । ତେବେ ପୋଷ୍ଟଅଫିସ୍ କେବଳ ଏତିକି କାମ ପାଇଁ ସୀମିତ ନୁହେଁ । ଅନ୍ୟ ସ୍ଥାନରେ ଯେପରି ଆପଣ ଟଙ୍କା ନିବେଶ କରୁଛନ୍ତି ପୋଷ୍ଟଅଫସିରେ ମଧ୍ୟ ଆପଣ ଟଙ୍କା ନିବେଶ କରି ଲାଭବାନ ହୋଇପାରିବେ । ଆଉ ଏଥିରେ ଆପଣ କୋଟିପତି ହେବାର ସମ୍ଭାବନା ରହିଛି । ପୋଷ୍ଟ ଅଫିିସରେ ଅନେକ ଏପରି ଯୋଜନା ରହିଛି , ଯାହାକୁ ସଠିକ ଭାବରେ ବ୍ୟବହାର କରିବା ଦ୍ୱାରା ଆପଣ ଆର୍ଥିକ ରୂପେ ସ୍ୱଚ୍ଛଳ ହୋଇପାରିବେ । ଏଥିରେ ପିପିଏଫ୍, ରିକରିିଙ୍ଗ୍ ଡିପୋଜିଟ୍, ଟର୍ମ ଡିପୋଜିଟ୍, କୃଷକ ବିକାଶ ପତ୍ର ସାମିଲ ରହିଛି ।

ନିବେଶ କରିବା ସମୟରେ ଧ୍ୟାନ ରଖନ୍ତୁ-
ପୋଷ୍ଟ ଅଫିସରେ ନିବେଶ କରିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ଏଥିରେ କିଛି ଯୋଜନା ୫ ବର୍ଷରେ ଆଉ କିଛି ୧୫ ବର୍ଷରେ ପୁରା ହୁଏ । ଏପରିସ୍ଥଳେ ଆପଣ ଯଦି ଲମ୍ବା ସମୟ ଧରି ନିବେଶ କରିବା ବିଷୟରେ ଚିନ୍ତା କରୁଛନ୍ତି, ତେବେ ପ୍ରଥମ ମ୍ୟାଚୁରିଟି ପରେ ଆଉଥରେ ଟଙ୍କା ନିବେଶ କରନ୍ତୁ । ପୋଷ୍ଟ ଅଫିସରେ କିଛି ଯୋଜନା ଏପରି ଅଛି, ଯେଉଁଠି ଭଲ ସୁଧ ମିଳିବା ସହ ଟାକ୍ସ ଛାଡ଼ ମଧ୍ୟ ରହେ । ଏଥିରେ PPF, NSC ସାମିଲ ରହିଛି । ଆସନ୍ତୁ ଜାଣିବା ପୋଷ୍ଟ ଅଫିସର ଅଲଗା ଅଲଗା ଯୋଜନା ବିଷୟରେ –

ଆରଡ଼ି ( ରିକରିଂ ଡିପୋଜିଟ୍)-
– ଏହି ଯୋଜନା ଅନୁସାରେ ସମୂଳ ସୁଧ ଉପରେ ତିନିମାସକୁ ସୁଧହାର ୭.୧ ପ୍ରତିଶତ ମିଳେ ।
– ଏହି ଯୋଜନା ଅନୁସାରେ ୧୨ ଲକ୍ଷ ନିବେଶ ପରେ ୩୦ ବର୍ଷରେ କୋଟିପତି ହେବାର ସମ୍ଭାବନା ରହିଛି ।

ସୁକନ୍ୟା ସମୃଦ୍ଧି ଯୋଜନା –
– ସମୂଳ ସୁଦ୍ଧ ଉପରେ ବାର୍ଷିକ ସୁଧ ହାର ୮.୧% ।
– ୧୨.୫ ହଜାର ଟଙ୍କା ପ୍ରତି ମାସ ନିବେଶ କରବା ପରେ ୧୫ ବର୍ଷରେ ଆପଣଙ୍କୁ ମିଳିବ ୬୯ ଲକ୍ଷରୁ ମଧ୍ୟ ଅଧିକ ।

ଟାଇମ ଡିପୋଜିଟ୍ –
– ସମୂଳସୁଧ ଉପରେ ୩ ମାସରେ ୭.୭ ପ୍ରତିଶତ ସୁଧହାର ।
– ୧୦ ଲକ୍ଷ ନିବେଶ କଲେ ୩୦ ବର୍ଷରେ ପାଖାପାଖି ଆପଣଙ୍କୁ ମିଳିବ ୩୦ କୋଟି ଟଙ୍କା ।

ଏନଏସସି-
– ସମୂଳସୁଧ ଉପରେ ବର୍ଷକୁ ୭.୮ ପ୍ରତିଶତ ସୁଧହାର ।
– ୧୦ ଲକ୍ଷ ନିବଶ ପରେ ବର୍ଷରେ ୩୦ ବର୍ଷରେ ପାଖାପାଖି ୧ କୋଟି ହୋଇଯିବ ।