ଟ୍ରେନ୍ ଟ୍ରାକରେ ଦୌଡୁଛି ମୃତ୍ୟୁ ! ନଜର ପକାନ୍ତୁ ଦୁଇ ବର୍ଷର ୮ଟି ବଡ ଟ୍ରେନ୍ ଦୁର୍ଘଟଣା ଉପରେ

56

ଲାଇନଚ୍ୟୁତ ହୋଇଛି କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍  । ସନ୍ଧ୍ୟା ପ୍ରାୟ ୬ଟା ବେଳେ ମୁଜାଫରନଗରର ଖତୌଲିିରେ ଟ୍ରେନର ୬ଟି ବଗି (ଏସ୍ ୧ ରୁ ଏସ୍ ୬ଆଶଙ୍କା) ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି  । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି  । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ନଭେମ୍ବର ୨୦୧୪ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୦ଟି ଟ୍ରେନ୍ ଦୁର୍ଘଟଣା ହୋଇସାରିଛି । ଏବେ ନଜର ପକାନ୍ତୁ ୮ଟି ବଡ ବଡ ଟ୍ରେନ୍ ଦୁର୍ଘଟଣା ଉପରେ ଯାହା ଦେଶକୁ ଦୋହଲାଇଦେଇଥିଲା ।

ଅନେକାଲ୍ ଟ୍ରେନ୍ ଦୁର୍ଘଟଣା :
୧୩ ଫ୍ରେବୁଆରୀ ୨୦୧୫ ପ୍ରାୟ ସକାଳ ୭.୩୦ରେ ହୋଇଥିଲା ଏହି ଦୁର୍ଘଟଣା । ବେଙ୍ଗାଲୁରୁ ଏର୍ଣ୍ଣାକୁଲମ୍ ଇଣ୍ଟରସିଟି ଏକ୍ସପ୍ରେସର ୯ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହି ଦୁର୍ଘଟଣାରେ ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫୦ ଜଣ ଆହତ ହୋଇଥିଲେ । ରିପୋର୍ଟ ଅନୁସାରେ, ଟ୍ରେନର ଡି୯ କମ୍ପାର୍ଟମେଂଟ୍ ଡି୮ରେ ଧକ୍କା ହୋଇଥିଲା । ଯାହା ଫଳରେ ପ୍ରଥମ ୪ଟି ସିଟ୍ କ୍ରାସ୍ ହୋଇଯାଇଥିଲା ।

ଜନସତ୍ତା ଏକ୍ସପ୍ରେସ୍ :
ସେହିପରି ଆଉ ଏକ ବଡ ଦୁର୍ଘଟଣା ହେଉଛି ଡେରାଡୁନ୍ – ବାରଣାସୀ ଜନସତ୍ତା ଏକ୍ସପ୍ରେସ୍ ଦୁର୍ଘଟଣା । ୨୦ ମାର୍ଚ୍ଚ ୨୦୧୫ରେ ପ୍ରାୟ ସକାଳ ୯ଟା ବେଳକୁ ରାଏ ବରେଲୀ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ପ୍ରାୟ ୪୦୦ ଜଣ ଯାତ୍ରୀ ଯାଉଥିବା ଏହି ଟ୍ରେନ୍ ଦୁର୍ଘଟଣାରେ ୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫୦ ଜଣ ଆହତ ହୋଇଥିଲେ । ରିପୋର୍ଟ ମୂତାବକ , ଟ୍ରେନ୍ ଡ୍ରାଇଭର୍ ରେଡିଓ ଜରିଆରେ ଆଗୁଆ ସତର୍କ କରାଇଦେଇଥିଲେ ଯେ ଟ୍ରେନର ବ୍ରେକ୍ ଫେଲ୍ ହୋଇଯାଇଛି ଏବଂ ସେ ଟ୍ରେନକୁ ଅଟକାଇ ପାରିବେ ନାହିଁ । ତଦନ୍ତ ପରେ ମଧ୍ୟ ଜଣା ପଡିଥିଲା ବ୍ରେକ୍ ଫେଲ୍ ଯୋଗୁଁ ଏହି ଦୁର୍ଘଟଣାଟି ହୋଇଥିଲା ।

କୌଶମ୍ବି ଟ୍ରେନ୍ ଦୁର୍ଘଟଣା :
ସେମିତି ଆଉ ଏକ ଦୁର୍ଘଟଣା ହେଉଛି ରାଉରକେଲା – ଜମ୍ମୁ ତାୱି ମୁରୀ ଏକ୍ସପ୍ରେସ୍ ଦୁର୍ଘଟଣା । ୨୫ ମେ’ ୨୦୧୫ରେ ଉତ୍ତରପ୍ରଦେଶର କୌଶମ୍ବି ଜିଲ୍ଲାରେ ହୋଇଥିବା ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ଜଣ ଆହତ ହୋଇଥିଲେ ।

ମଧ୍ୟ ପ୍ରଦେଶ ଟୁଇନ୍ ଟ୍ରେନ୍ ଦୁର୍ଘଟଣା :
୪ ଅଗଷ୍ଟ ୨୦୧୫ରେ ଏହି ଦୁର୍ଘଟଣାଟି ହୋଇଥିଲା । ଯେଉଁଥିରେ ଉଭୟ କମାଇନି ଏକ୍ସପ୍ରେସ୍ ଏବଂ ଜନସତ୍ତା ଏକ୍ସପ୍ରେସ୍ ମଧ୍ୟପ୍ରଦେଶର ହାର୍ଦ୍ଦା ନିକଟରେ ଦୁର୍ଘଟଣାଗସ୍ତ ହୋଇଥିଲା । ଉଭୟ ଟ୍ରେନରେ ପ୍ରାୟ ୩୦୦ରୁ ଅଧିକ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ କମାଇନି ଏକ୍ସପ୍ରେସର ୬ଟି ଏବଂ ଜନସତ୍ତାର ୪ଟି ବଗି ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣାର ହେବାର କାରଣ ଥିଲା ବନ୍ୟା । ବନ୍ୟା ପାଣି ରେଳଲାଇନ୍ ଉପରେ ଚଢିଯାଇଥିବାରୁ ପ୍ରଥମେ କମାଇନି ଏକ୍ସପ୍ରେସ୍ ଏବଂ ପରେ ଜନସତ୍ତା ଦୁର୍ଘଟଣା ଗସ୍ତ ହୋଇଥିଲା । ଯେଉଁଥିରେ ୩୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦ରୁ ଅଧିକ ଆହତ ହୋଇଥିଲେ । ଏକ ରିପୋର୍ଟ ମୂ୍ତାବକ ଅଧିକାଂଶ ଯାତ୍ରୀ ବନ୍ୟା ଜଳରେ ଭାସିଯାଇଥିଲେ ।

ଦୁରନ୍ତ ଏକ୍ସପ୍ରେସ୍ ଦୁର୍ଘଟଣା : 
ସେପ୍ଟେମ୍ବର ୨୦୧୫ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲ । ୯ କୋଚ୍ ବିଶିଷ୍ଟ ଦୁରନ୍ତୋ ଏକ୍ସପ୍ରେସ୍ । କର୍ଣ୍ଣାଟକ କାଲବୁରୀ ସହର ନିକଟରେ ହୋଇଥିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୭ ଜଣ ଆହତ ହୋଇଥିଲେ ।

କାଲକା- ସିମଲା ଟ୍ରେନ୍ ଦୁର୍ଘଟଣା  :
୨୧୦୫, ସେପ୍ଟେମ୍ବର ୧୨ରେ କାଲକାରୁ ସିମଲା ଯାଉଥିବା ସିବାଲିକ୍ କୁଇନ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଟ୍ରେନରେ ଥିଲେ ୩୬ ଜଣ ବ୍ରିଟିଶ ପର୍ଯ୍ୟଟକ ଓ କିଛି ଟୁରିଷ୍ଟ ଗାଇଡ଼୍ । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ୧୫ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ ।

ଇନ୍ଦୋର-ପାଟନା ଏକ୍ସପ୍ରେସ୍ ଦୁର୍ଘଟଣା : 
୨୦ ନଭେମ୍ବର, ୨୧୦୬ରେ କାନପୁର ପୁଖରାୟନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଇନ୍ଦୋର-ପାଟନା ଏକ୍ସପ୍ରେସ । ଏହି ଦୁର୍ଘଟଣାରେ ଲାଇନଚ୍ୟୁତ ହୋଇଥିଲା ୧୪ଟି ବଗି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ତିନିଟି ବଗି ପରସ୍ପର ସହ ଖୁବ ଜୋରରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଦେଢଶହରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଦେଢଶହରୁ ଅଧିକ ଆହତ ହୋଇଥିଲେ । ଟ୍ରେନରେ ଅଧିକ ଲୋକ ଯାତ୍ରା କରିବା ଓ ରେଳ ଧାରଣାରେ ଫାଟ ଯୋଗୁଁ ଦୁର୍ଘଟଣା ହୋଇଥିଲା ବୋଲି ଦର୍ଶାଯାଇଥିଲା ।

ହୀରାଖଣ୍ଡ ଏକ୍ସପ୍ରେସ୍ ଦୁର୍ଘଟଣା : 
ଚଳିତ ବର୍ଷ ଜାନୁୟାରୀ ମାସରେ ଜଗଦଲପୁରରୁ ଭୁବନେଶ୍ୱର ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସ ଓଡିଶାର ରାୟଗଡା ସୀମାନ୍ତ ଆନ୍ଧ୍ର ପ୍ରଦେଶର କୁନେରୁ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଥିବା ବେଳେ ୬୧ରୁ ଅଧିକ ଆହତ ହୋଇ ଥିଲେ । ସୂଚନାଯୋଗ୍ୟ ସମୟ ପ୍ରାୟ ୧୧ଟା୧୫ ମିନିଟରେ ରାୟଗଡାଠାରୁ ମାତ୍ର ୨୪ କିଲୋମିଟର ଦୂର ଆନ୍ଧ୍ରର କୁନେରୁ ଷ୍ଟେସନ୍ ନିକଟରେ ହଠାତ୍ ଲାଇନଚ୍ୟୁତ ହୋଇଗଲା ହୀରାଖଣ୍ଡ ଏକ୍ସପ୍ରେସ୍ । ଟ୍ରାକ୍ ତଳକୁ ଖସିପଡିଲା ୯ଟି ବଗି ।