ଜମ୍ମୁ-କଶ୍ମୀର ପୁଲୱାମାରେ ବଡ଼ ଆତଙ୍କୀ ହମଲା । ୧୨ ଯବାନ ସହିଦ, ୧୮ରୁ ଅଧିକ ଗୁରୁତର ।

902

କନକ ବ୍ୟୁରୋ: ଜମ୍ମୁ-କଶ୍ମୀର ପୁଲୱାମା ଠାରେ ବଡ଼ ଆତଙ୍କୀ ହମଲା । ଏହି ଆତଙ୍କୀ ହମଲାରେ ଘଟଣାସ୍ଥଳରେ ୧୨ ଯବାନ ସହିଦ୍ ହୋଇଥିବା ସୂଚନା ମିଳିଛି । ସେହିଭଳି ୧୮ରୁ ଅଧିକ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ପୁଲୱାମାର ହାଇୱେ ଉପରେ ଆଇଇଡ଼ି ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ । ସୂଚନା ମୁତାବକ  ରାସ୍ତାରେ ଛିଡ଼ା ହୋଇଥିବା ସିଆରପିଏଫ ଯବାନଙ୍କ ଗାଡ଼ିରେ ଖଞ୍ଜା ହୋଇଥିଲା ଆଇଇଡ଼ି । ଏହାର ବିସ୍ଫୋରଣ ପରେ ସିଆରପିଏଫ ଯବାନଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ ଆତଙ୍କବାଦୀ ।

ସେପଟେ ଏହି ବଡ଼ ଆତଙ୍କବାଦୀ ଆକ୍ରମଣ ନେଇ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ  ନିଜକୁ ଦାୟୀ କରିଛି । ସିଆରପିଏଫ ୫୪ ବାଟାଲିୟନର ଏକ ବସ ଯବାନ ମାନଙ୍କୁ ନେଇ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଅଓ୍ଵନ୍ତିପୁରା ନିକଟରେ ଆତଙ୍କବାଦୀମାନେ ବିସ୍ଫୋରକ ଭରା ଏକ କାରକୁ ଏହି ବସ ସହିତ ଧକ୍କା ଦେଇଥିଲେ । ପୁଲିସ ସୁତ୍ରରୁ ପ୍ରକାଶ ଯେ ଅପରାହ୍ନ ୩ଟା୩୦ ବେଳେ ଏହି ଘଟଣା ଘଟିଥିଲା । ଆହତମାନଙ୍କୁ ସେନାର ୯୨ ବେସ କ୍ୟାମ୍ପ ହସପିଟାଲକୁ ପଠାଇଦିଆଯାଇଛି । ଅନ୍ୟପକ୍ଷରେ ଘଟଣାସ୍ଥଳକୁ ଏବେ ସୁରକ୍ଷାବାହିନୀ ପକ୍ଷରୁ ଘେରାଉ କରାଯାଇଛି ।