ଜଳିଗଲା ରାଜ୍ କପୁରଙ୍କ ଷ୍ଟୁଡ଼ିଓ ! ମୁମ୍ବାଇର ଆରକେ ଷ୍ଟୁଡିଓରେ ଭୟାନକ ଅଗ୍ନି କାଣ୍ଡ

26

କନକ ବ୍ୟୁରୋ : ନିଆଁରେ ଜଳି ପାଉଁଶ ହୋଇଗଲା ରାଜକପୁରଙ୍କ ଷ୍ଟୁଡିଓ । ମୁମ୍ବାଇର ପ୍ରଖ୍ୟାତ ଆରକେ ଷ୍ଟୁଡିଓରେ ନିଅାଁ ଲାଗିବା ଫଳରେ ସବୁକିଛି ପୋଡି ପାଉଁଶ ହୋଇଯାଇଛି । ଏହି ଷ୍ଟୁଡିଓରେ ଡ୍ୟାନ୍ସ ରିୟଲିଟି ଶୋ ସୁପର ଡ୍ୟାନସର ସୁଟିଂ ହୁଏ । ତେବେ ଆଜି ସୁଟିଂ ହେଉନଥିବାରୁ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାଁନ୍ତି । ନିଆଁର କାରଣ ସ୍ପଷ୍ଟ ହୋଇନଥିଲେ ବି ଘଟଣାସ୍ଥଳରେ ୬ଟି ଦମକଳ ଗାଡି ସହ ୫ଟି ପାଣି ଟ୍ୟାଙ୍କର ପହଂଚିଥିଲା । ୧୯୪୮ ମସିହାରେ ରାଜ କପୁର ଏହି ଷ୍ଟୁଡିଓକୁ ପ୍ରତିଷ୍ଠା କରିଥିଲେ । ଅନେକ ସ୍ମରଣୀୟ ସିନେମାର ସୁଟିଂ ଏଠାରେ କରିଥିଲେ ସୋ ମ୍ୟାନ୍ ରାଜ କପୁର ।