ହୁଣ୍ଡିରେ ପଡିଲା ଅଚଳ ନୋଟ : ମଝି ଘରିଆଣୀ ମନ୍ଦିରକୁ ପୁରୁଣା ୫୦୦ ଓ ହଜାର ଟଙ୍କିଆ ନୋଟରେ ଦାନ

27

ରାୟଗଡା : ହୁଣ୍ଡିରେ ପଡିଲା ପୁଳା ପୁଳା ଅଚଳ ନୋଟ । ରାୟଗଡା ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ବାହାରିଛି ଲକ୍ଷାଧିକ ଟଙ୍କାର ପୁରୁଣା ୫୦୦ ଓ ହଜାରେ ଟଙ୍କିଆ ନୋଟ ।  ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଅର୍ଥ ହୁଣ୍ଡିରୁ ମିଳିବା ଅନୁମାନ କରାଯାଉଛି । ଏଯାଏ ଗଣତି ସରିନଥିବା ବେଳେ ପାଖାପାଖି ୬୦ ଲକ୍ଷରୁ ଅଧିକ ଟଙ୍କା ହୁଣ୍ଡିରୁ ମିଳିଥିବା ବେଳେ ସେଥି ମଧ୍ୟରେ ଲକ୍ଷାଧିକ ଟଙ୍କାର ୫୦୦ ଓ ହଜାର ଟଙ୍କିଆ ଅଚଳ ନୋଟ  ରହିଛି ।

ଦିନ ୧୦ଟାରୁ ହୁଣ୍ଡି ଖୋଲାହୋଇ ଏଯାଏ ଟଙ୍କା ଗଣତି ଚାଲିଛି । ତେବେ ପୁରୁଣା ନୋଟ ବଦଳାଇବା ପାଇଁ ହାତରେ ଆଉ ୨ ଦିନ ଥିବା ବେଳେ ହୁଣ୍ଡିରୁ ଲକ୍ଷାଧିକ ଟଙ୍କାର ଅଚଳ ନୋଟ ମିଳିବା ପରେ ଏବେ ଏହାକୁ ନେଇ ମନ୍ଦିର ପ୍ରଶାସନ ଚିନ୍ତାରେ । ଗତ ଥର ୫୨ଲକ୍ଷରୁ ଅଧିକ  ଦାନ ଟଙ୍କା  ହୁଣ୍ଡିରୁ ମିଳିଥିଲା । ବର୍ଷକୁ ୩ ଥର ୪ ଥର ମଝିଘରିଆଣୀ ମନ୍ଦିରରୁ ହୁଣ୍ଡି ଖୋଲାଯାଏ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :