ମା’ଙ୍କ ପାଖରେ ଟଙ୍କା ବର୍ଷା ! ୫ ମାସ ପରେ  ଖୋଲିଲା ମା ମଝି ଘରିଆଣୀ ମନ୍ଦିର ହୁଣ୍ଡି

ମନ୍ଦିର ପରିସରରେ ଗଦା ହୋଇଥିବା ଲକ୍ଷାଧିକ ଟଙ୍କାର ଚାଲିଛି ଗଣତି  

187

କନକ ବ୍ୟୁରୋ : ଚଳିତ ବର୍ଷରେ ପ୍ରଥମ ଥର ପାଇଁ ମା ମଝିଘରିଆଣୀ ମନ୍ଦିରର ହୁଣ୍ଡି ଖୋଲିଛି । ହୁଣ୍ଡି ଖୋଲାଯିବା ପରେ ମନ୍ଦିର ପରିସରରେ ଲକ୍ଷାଧିକ ଟଙ୍କାର ଗଣତି ଚାଲିଛି । ଭେଙ୍କେଟେଶ୍ୱର ମନ୍ଦିର କମିଟି,ସତ୍ୟସାଇ ସେବା ସମିତି, ଓ କଲେଜ ଛାତ୍ରଛାତ୍ରୀ ବସି ଟଙ୍କା ଗଣୁଛନ୍ତି ।

ଗତଥର ହୁଣ୍ଡିରୁ ୬୧ ଲକ୍ଷରୁ ଅଧିକ  ଟଙ୍କା ଓ ସୁନା ରୂପା ବାହାରିଥିବା ବେଳେ ଚଳିତ ଥର ୬୦ ଲକ୍ଷରୁ ଅଧିକ ଟଙ୍କା ବାହରିବା ନେଇ ମନ୍ଦିର କମିଟି ପକ୍ଷରୁ କୁହାଯାଇଛି । ୫ ମାସ ପରେ କଡା ସୁରକ୍ଷା ମଧ୍ୟରେ ହୁଣ୍ଡି ଖୋଲାଯାଇଛି ଟଙ୍କା ଗଣତି ଚାଲିଛି । ଚଳିତ ଥର ୟୁଜିବି ବ୍ୟାଙ୍କ ଟଙ୍କା ଗଣତି ଦାୟିତ୍ୱ ନେଇଛନ୍ତି ।