ଛାଡ଼ିଗଲା ହିରୋ ଗିରି। ଥାନାରେ ସିଲଟ ଧରିଲେ ନେତା। ସହିଦନଗର ଥାନା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ହାତରେ ପୋଲିସ ପିନ୍ଧାଇଲା ହାତକଡ଼ି

520

କନକ ବ୍ୟୁରୋ: ଭୁବନେଶ୍ୱର ସହିଦନଗର ଥାନାରେ ପଶି ପୁଲିସକୁ ମାଡ ମାରି ଲହୁଲୁହାଣ କରିବା ସହ ଥାନାରେ ଭଙ୍ଗାରୁଜା କରିବା ଭଳି ସଂଗୀନ କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ବାନ୍ଧିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତକୁ ଧରିବା ପାଇଁ କୋଲକାତାରୁ ଆନ୍ଧ୍ର ପର୍ଯ୍ୟନ୍ତ ବୁଲି ବୁଲି ନୟାନ୍ତ ହୋଇଥିଲା ପୋଲିସ । ଶେଷରେ ପ୍ରକାଶ ତ୍ରିପାଠୀ ହାତରେ ପୋଲିସ ପିନ୍ଧାଇଛି ହାତକଡ଼ି ।

ଛାଡ଼ିଗଲା ହିରୋ ଗିରି । ଥାନାରେ ସିଲଟ ଧରିଲେ ନେତା । ସିଲଟ ଧରି ଥାନା ଆଗରେ ଛିଡା ହୋଇଥିବା ଏହି ବ୍ୟକ୍ତି ଜଣଙ୍କ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୁଣ୍ଡାଗିରିର ସୀମା ଟପିଯାଇଥିଲେ ନେତା ବୋଲାଉଥିବା ପ୍ରକାଶ ତ୍ରିପାଠୀ । ସହିଦନଗର ଥାନାରେ ପଶି ପୁଲିସକୁ ମାଡ ମାରି ଲହୁଲୁହାଣ କରିବା ସହ ଥାନାରେ ଭଙ୍ଗାରୁଜା କରିବା ଭଳି ସଂଗୀନ ଅଭିଯୋଗ ରହିଛି ତାଙ୍କ ନାଁରେ । ଅଭିଯୁକ୍ତକୁ ଧରିବା ପାଇଁ କୋଲକାତାରୁ ଆନ୍ଧ୍ର ପର୍ଯ୍ୟନ୍ତ ବୁଲି ନୟାନ୍ତ ହୋଇଥିଲା କମିସନରେଟ୍ ପୋଲିସ । ଶେଷରେ ପ୍ରକାଶ ହାତରେ ପୋଲିସ ପିନ୍ଧାଇଛି ହାତକଡ଼ି । ଏହି ଘଟଣାରେ ଏପର୍ଯ୍ୟନ୍ତ ୮ଜଣକୁ ଗିରଫ କରାଯାଇଛି, ୧୫ରୁ ଅଧିକ ଅଭିଯୁକ୍ତ ରହିଛନ୍ତି ପୁଲିସର ସ୍କାନରରେ ।

ପ୍ରକାଶଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି ପଦରୁ ନିଲମ୍ବନ କରାଯାଇଛି । ରାଜନୀତିର ଛତ୍ରଛାୟା ତଳେ ନିଜକୁ ବଳୀୟାନ ମନେ କରୁଥିଲା ପ୍ରକାଶ । ଯେଉଁ ଥାନା ଭିତରେ ସେ ଦିନେ ହାକିମାତି ଦେଖାଉଥିଲା, ଗିରଫ ହେବା ପରେ, ସେହି ଥାନାର ପୁଲିସ ଟାଣି ଟାଣି ହାଜତକୁ ନେବାର ଚିତ୍ର ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି ।

ଗତ ୩ ତାରିଖ ବିଳମ୍ବିତ ରାତିରେ ପ୍ରକାଶ ତ୍ରିପାଠୀ ଓ ତାଙ୍କ ସମର୍ଥକ ମାନେ ସହିଦନଗର ଥାନାରେ ପଶି ଉତ୍ପାତ କରିଥିଲେ । ପୁଲିସ ହେପାଜତରୁ ଅଭିଯୁକ୍ତଙ୍କୁ ଛଡାଇ ନେବାକୁ ଉଦ୍ୟମ କରିବା ସହ ପୁଲିସରୁ ମାଡ ମାରି ଲହୁଲୁହାଣ କରି ଫେରାର୍ ହୋଇ ଯାଇଥିଲେ ।