ଗିରଫ ହେଲା କଙ୍ଗାରୁକୋର୍ଟର ଖଳନାୟକ ! ଭୟରେ ପୁରୁଷଶୂନ୍ୟ ବଳରାମପୁର

29

ନୟାଗଡ : ଗଡଜାତରେ ପ୍ରଜାକୋର୍ଟ । ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ । ନୟାଗଡରେ କିଏ ଚଳାଇଥିଲା ଏହି କଙ୍ଗାରୁକୋର୍ଟ ? ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୁଲିସ । ପ୍ରଜାକୋର୍ଟରେ ହୋଇଥିଲା ଜଣେ ଶିକ୍ଷକଙ୍କ ବିଚାର । ଆଉ ଘଟଣା ପଛର ମୁଖ୍ୟ ଖଳନାୟକ ଥିଲେ ମାୟାଧର ପ୍ରଧାନ । ପ୍ରଜାକୋର୍ଟର ବିଚାରପତି । ସାଜିଥିଲେ ଗାଁର ମୁରବୀ । ଶିକ୍ଷକଙ୍କୁ ଅଭିଯୁକ୍ତ ସଜାଇ ଆଉ ତାର ବିଚାର ବି କରୁଛନ୍ତି । ଶାସ୍ତି ଦେବାକୁ ଯାଇ ଟପିଯାଇଛନ୍ତି ମାନବିକତାର ସୀମା । ନୟାଗଡରେ ଅନ୍ୟାୟର ଏଚିତ୍ର ପାଲଟିଯାଇଛି ଲଜ୍ଜାର ଚିତ୍ର ।

ବିବାଦର ସମାଧାନ ପାଇଁ ଗାଁ ଦାଣ୍ଡରେ ବସିଲା କଂଗାରୁକୋର୍ଟ । ସରପଂଚ ବସିଲେ, ସାକ୍ଷୀ ସାଜିଲେ ଗ୍ରାମବାସୀ । ଆଉ ସମସ୍ତଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କୁ ଦିଆଗଲା ଅମାନବୀୟ ଶାସ୍ତି । ଏଘଟଣା ସାମ୍ନାକୁ ଆସିବା ପରେ ଏବେ ସବୁଠି ଉଠିଛି ନିନ୍ଦାର ସ୍ୱର ।

ନୟାଗଡ ବଳରାମପୁରର ଏ ଦୃଶ୍ୟ ସୋସିଆଲ୍ ମିଡିଆରେ ଘୁରି ବୁଲିବା ପରେ ଆକ୍ସନକୁ ଆସିଯାଇଛି ପୁଲିସ୍ । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । ଗାଁରେ ପଇଁତରା ମାରୁଛି ପୁଲିସ୍ । ଆଉ ପୁଲିସ୍ ଭୟରେ ଗାଁ ହୋଇଯାଇଛି ପୁରୁଷଶୂନ୍ୟ । ଫେରାର ହୋଇଯାଇଛନ୍ତି ପ୍ରଜାକୋର୍ଟର ବିଚାରପତି । ଗାଁଦାଣ୍ଡରେ ଏଭଳି ଲଜ୍ଜାଜନକ ଘଟଣାର ଦର୍ଶକଙ୍କ ବି ପତା ମିଳୁନି ।

ସେପଟେ ପୀଡିତ ଶିକ୍ଷକଙ୍କୁ ଅଭିଯୁକ୍ତମାନେ ହତ୍ୟା ଧମକ ଦେଉଛନ୍ତି । ତେଣୁ ସେ ଅସହାୟ ହୋଇ ପୋଲିସର ସୁରକ୍ଷା ମାଗିବା ସହ ବଦଳି ପାଇଁ ଅନୁରୋଧ କରିଛନ୍ତି ।