ଶୌଚ ପାଇଁ ବାହାରକୁ ଯାଇ ହୋଇଥିଲେ ଦୁଷ୍କର୍ମର ଶିକାର : ପୀଡିତାଙ୍କୁ ପୁଲିସ୍ ଦେଲେ ଶୌଚାଳୟ ଉପହାର

52

ଉତ୍ତର ପ୍ରଦେଶ : ପୁଲିସମାନେ ସବୁ ସମୟରେ ଲୋକଙ୍କ ପାଖରେ ଥାଇ ସୁରକ୍ଷା ଯୋଗାଇଥାନ୍ତି । ଆଉ ନିଜର ନୈତିକତାର ନିଦର୍ଶନ ମଧ୍ୟ ଦେଖାଇଥାନ୍ତି । ଏମିତି କିଛି ପୁଲିସଙ୍କର ମିଳିତ ଉଦ୍ୟମ ଯୋଗୁଁ ପୁରା ବିଭାଗ ହୋଇଥାଏ ସମ୍ମାନିତ । ଏମିତି ଏକ ଘଟଣା ୟୁପିରେ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ପୁଲିସ୍ , ଯାହାଙ୍କ ପ୍ରତି ଲୋକଙ୍କ ପ୍ରତିକ୍ରିୟା ଅଲଗା ଅଲଗା ଥାଏ । ଅନେକ ଥର ଏହି ପୁଲିସ୍ କର୍ମୀ ନୈତିକତାର କାର୍ଯ୍ୟ କରିଥାନ୍ତି । କିନ୍ତୁ ପୋଷାକର ସମ୍ମାନ ରଖୁଥିବା ଉତ୍ତର ପ୍ରଦେଶରର ପୁଲିସର ଏକ ଅଂଶ ବୋଲି ନଜିର ଦେଖିବାକୁ ମିଳେ । ମହୋବାରେ ଜଣେ ପୁଲିସ୍ କର୍ମୀ ଏକ ଏମିତି ଆଦର୍ଶ ଦେଖାଇଛନ୍ତି ।ଯାହା ସମାଜର ସବୁ ସ୍ତରର ଲୋକଙ୍କୁ ପ୍ରେରଣ ଦେବ ।

୨୦୧୭ ମସିହାର ଡିସେମ୍ବର ମାସ ମହୋବାରେ ଘଟିଥିଲା ଏକ ଘଟଣା । ସେଠାରେ ରହୁଥିବା ଜଣେ ନାବାଳିକ ଯୁବତୀ ଶୌଚ କ୍ରିୟା ପାଇଁ କ୍ଷେତକୁ ଯାଉଥିଲେ । ଏହି ସମୟରେ ନାବାଳିକ ଯୁବତୀ ହୋଇଥିଲେ ଦୁଷ୍କର୍ମର ଶିକାର । ପୁଲିସ୍ ନିଜର ସକ୍ଷମତା ଦେଖାଇ ସଂପୃକ୍ତ ଆରୋପୀକୁ ୩ଦିନ ମଧ୍ୟରେ ଗିରଫ କରିଥିଲେ । ଏହି ଖବର ଦେଶ ସାରା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଏହି କାରଣରୁ ବାହାଦୂର ପୁଲସକର୍ମୀଙ୍କୁ ୧୦ ହଜାର ଟଙ୍କାର ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଖାଲି ଏତିକି ନୁହେଁ ସମ୍ମାନିତ ହୋଇଥିବା ପୁଲିସକର୍ମୀ ପୀଡିତା ଯୁବତୀଙ୍କ ଘରେ ଶୌଚାଳୟ କରିବା ପାଇଁ ୧୦ ହଜାର ଟଙ୍କା ମଧ୍ୟ ସଂଗ୍ରହ କରିଥିଲେ । ଉତ୍ତର ପ୍ରଦେଶ ପୁଲିସର ଏହି ମହାନ କାର୍ଯ୍ୟ ପାଇଁ ଆଖପାଖର ଅଂଚଳରୁ ମଧ୍ୟ ବହୁତ ପ୍ରଶଂସା ମିଳିଥିଲା । ବିପଦ ସମୟରେ ଲୋକଙ୍କ ପାଖରେ ଠିଆ ହେବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ଏହି ପୁଲିସ୍

( ସୌଜନ୍ୟ- ନବଭାରତ ଟାଇମ୍ସ)