ପୁଣି ପଦାରେ ପଡିଲା ପାକିସ୍ତାନର ଅସଲ ଚେହେରା ! ବୈଦେଶିକ ମନ୍ତ୍ରୀ କହିଲେ ପୁଲୱାମା ଆକ୍ରମଣରେ ଜୈସର ସମ୍ପୃକ୍ତି ନେଇ ରହିଛି ସନ୍ଦେହ

131

କନକ ବ୍ୟୁରୋ : ପୁଣି ଥରେ ଦୋମୁହାଁ ନୀତି ଦେଖାଇଛି ପାକିସ୍ତାନ । କେବେ ମାନୁଛି ତ କେବେ ମାନୁନି । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେସି ପୁଣି ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦକୁ ବଂଚାଇବାକୁ ଉଦ୍ୟମ କରିଛନ୍ତି । କହିଛନ୍ତି ପୁଲୱାମା ଆକ୍ରମଣ ନେଇ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ସମ୍ପୃକ୍ତି ନେଇ ସନ୍ଦେହ ରହିଛି । ସେ ଜୈସ ସଂଗଠନର ନେତାଙ୍କ ସହ କଥା ହୋଇଛନ୍ତି । ପୁଲୱାମା ଆକ୍ରମଣ ନେଇ ବୁଧବାର ଡୋସିୟର ଦେଇଥିଲା ଭାରତ । ଏଥିରେ ଜୈସ ସଂଗଠନର ସମ୍ପୃ୍କ୍ତି ନେଇ ଭିଡିଓ ଓ ଅନ୍ୟ ପ୍ରମାଣ ଦେଇଥିଲା ଭାରତ । ଏହା ପରେ ଗତକାଲି ମାସୁଦ ପାକିସ୍ତାନରେ ଲୁଚିଥିବା କଥାକୁ ସ୍ୱୀକାର କରିଥିଲେ କୁରେସୀ ।

ପୁଲୱାମା ଆକ୍ରମଣରେ ଜୈଶର ହାତ ନାହିଁ ବୋଲି ଲୁଚାଇବା ପାଇଁ ଚେଷ୍ଟା ଅଯଥା ଚେଷ୍ଟା କରୁଛି ପାକିସ୍ତାନ । ଏକ ସାକ୍ଷାତକାରେ ଜୈସର କୌଣସି ସମ୍ପୃକ୍ତି ନାହିଁ ବୋଲି କହିଛନ୍ତି ମହମ୍ମଦ କୁରେସି । ସୂଚନାଯୋଗ୍ୟ ପୁଲୱାମା ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଆତ୍ମଘାତୀ ଆକ୍ରମଣରେ ନିଜକୁ ଦାୟୀ କରିଥିଲା ଜୈସ୍ ।