କେବେ ଦୋକାନରେ ମାରୁଥିଲେ ଝାଡୁ ! ପାକିସ୍ତାନର ସବୁଠୁ ଲୋକପ୍ରିୟ ତଥା ‘ରଇସ’ର ନାୟିକା ମାହିରା ଖାନ୍

67

ଗଲାସପ୍ତାହରେ ରିଲିଜ ହୋଇ ପାଖାପାଖି ଶହେ କୋଟି କ୍ଲବରେ ସାମିଲ ହୋଇଥିବା ଶାହରୁଖ ଖାନଙ୍କ ଅଭିନୀତ ‘ରଇସ’ର ନାୟିକା ମାହିରା ଖାନ ହେଉଛନ୍ତି ପାକିସ୍ତାନର ସବୁଠୁ ଲୋକପ୍ରିୟ ତଥା ସବୁଠାରୁ ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀ । ‘ରଇସ’ରେ ଶାହରୁଖଙ୍କ ପତ୍ନୀ ସାଜିଥିବା ଏହି ନାୟିକାଙ୍କ ସଂପର୍କରେ ଏଭଳି କିଛି ତଥ୍ୟ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁସାରେ, କୌଣସି ସମୟରେ ମାହିରା ଏକ ରେଷ୍ଟୁରାଂଟରେ ୱେଟର ଭଳି କାମ କରୁଥିଲେ । ତେବେ ମାହିରାଙ୍କ ବାପା ହାଫିଜ୍ ଖାନ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ମାତ୍ର ପାରିବାରିକ ସମସ୍ୟା କାରଣରୁ ତାଙ୍କୁ ଦିଲ୍ଲୀ ଛାଡି ପାକିସ୍ତାନରେ ରହିବାକୁ ପଡିଥିଲା । କରାଚୀର ଫାଉଣ୍ଡେସନ ପବ୍ଲିକ ସ୍କୁଲରେ ପଢିଥିବା ମାହିରା ଉଚ୍ଚଶିକ୍ଷା
ପାଇଁ କାଲିଫର୍ଣ୍ଣିଆ ଚାଲିଯାଇଥିଲେ ।

ମାତ୍ର ସେଠାରେ ସେ ପଢା ଛାଡି ଅଭିନୟରେ ମନ ବଳାଇଥିଲେ । ୟୁଏସରେ ପଢିବା ସମୟରେ ମାହିରା ଏକ ରେଷ୍ଟୁରାଂଟରେ ପାର୍ଟ ଟାଇମ୍ ଚାକିରି କରିଥିଲେ । ଖାଲି ସେତିକି ନୁହେଁ ସେହି ସମୟରେ ମଧ୍ୟ ସେ ରାଇଟ୍ ଏଡ୍ ନାମକ ଦୋକାନରେ ଚାକିରି କରୁଥିଲେ । ସେଠାରେ ସେ ହିସାବ କରିବାଠୁ ଆରମ୍ଭ କରି ଦୋକାନରେ ଝାଡୁ ମଧ୍ୟ ମାରୁଥିଲେ ।