‘ମୁଁ ବଲିଉଡ୍ ନାୟିକାଙ୍କଠୁ ଅଧିକ ସୁନ୍ଦରୀ’ ! ଚର୍ଚ୍ଚାରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ବିବାଦୀୟ ଭିଡିଓ

44

ପାକିସ୍ତାନ ଅଭିନେତ୍ରୀ ତଥା ବଲିଉଡ ସିନେମା ‘ରଇଜ’ର ନାୟିକା ମାହିରା ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମାହିରା କହିଛନ୍ତି, ପାକିସ୍ତାନକୁ ଭାରତ ଏବଂ ବଲିଉଡଠାରୁ ପ୍ରେରିତ ହେବା ଉଚିତ ନୁହେଁ ।

ଏହି ଭିଡିଓରେ ମାହିରା ପାକିସ୍ତାନର କମେଡିଆନ ଉମର ସରିଫଙ୍କ ସହ ନଜର ଆସିଛନ୍ତି । ଖାଲି ସେତିକି ନୁହେଁ ସେ ଉମରଙ୍କ ସହ ବାର୍ତ୍ତାଳପ କରି କହିଛନ୍ତି ଯେ, ଭାରତର ଯୁବତୀମାନଙ୍କଠାରୁ ସେ ଅତ୍ୟନ୍ତ ସୁନ୍ଦରୀ କିନ୍ତୁ ସେ କେବଳ ପାକିସ୍ତାନକୁ ପ୍ରମୋଟ କରିବାକୁ ଚାହାଁନ୍ତି । ଏହିଭଳି କେତେ ବିବାଦୀୟ କଥା କହୁଥିବାର ମାହିରାଙ୍କୁ ଦେଖିବାକୁ ମିଳିଛି ।

ତେବେ, ଶାହରୁଖ ଖାନଙ୍କ ଅଭିନୀତ ସିନେମା ‘ରଇଜ’ରେ ମାହିରା ଖାନ ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି ।