ପାରାଦୀପ : ପାରାଦୀପ ସିୱେଜ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଅର୍ଥ କାରବାର ନେଇ ପଚରାଉଚରା କରିବା ପାଇଁ ମହିମାନନ୍ଦ ମିଶ୍ରଙ୍କ ଆକାଉଣ୍ଟାଣ୍ଟ ରବିନ୍ଦ୍ର ଦଳେଇ ପାରାଦୀପ ଥାନାରେ ହାଜର ହୋଇଛନ୍ତି । ହତ୍ୟା ଘଟଣାରେ ଅର୍ଥ କାରବାର ନେଇ ପୁଲିସ ତାଙ୍କୁ ଅଧିକ ପଚରାଉଚରା ଜାରି ରଖିଛି । ପାରାଦୀପ ଥାନାରେ ହାଜର ହେବା ପାଇଁ ତାଙ୍କୁ ୮ତାରିଖରେ ନୋଟିସ୍ ହୋଇଥିଲା । ୧୧ତାରିଖ ସୁଦ୍ଧା ଥାନାରେ ହାଜର ହେବା ପାଇଁ ତାଙ୍କୁ ନୋଟିସ୍ କରାଯାଇଥିଲା ।