ସରୁଛି ବିଚାର ବିଭାଗୀୟ ମିଆଦ ! ହତ୍ୟା ମାମଲାରେ କୋର୍ଟରେ ହାଜର ହେବେ ଅଭିଯୁକ୍ତ ଶିଳ୍ପପତି ମହିମା ମିଶ୍ର

21

କନକ ବ୍ୟୁରୋ: ଆଜି କଟକ ଏସଡିଜେଏମ କୋର୍ଟରେ ହାଜର ହେବେ ଶିଳ୍ପପତି ମହିମା ମିଶ୍ର । ଗତ ୧୨ ତାରିଖରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା ଏବଂ କୋର୍ଟ ତାଙ୍କୁ ୨୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।

୨୦୧୩ ମସିହା ମଧୁପାଟଣା ମଣୀମନ୍ଦିର ନିକଟ ବୋମାମାଡ଼ ଘଟଣାରେ ତାଙ୍କୁ କଟକ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ କୁଜଙ୍ଗ ସମାଗୋଳ ଜେଲରୁ କୋର୍ଟ ପର୍ଯ୍ୟନ୍ତ ଅଣାଯାଇଥିଲା ।

ତେବେ ପୂର୍ବରୁ ଏହି ବୋମାମାଡ଼ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବୟାନରୁ ଘଟଣାରେ ମହିମାଙ୍କ ସପୃଂକ୍ତି ଥିବା ନେଇ ପୋଲିସ ଜାଣିପାରିଥିଲା । ମହିମା ମିଶ୍ରଙ୍କୁ ଆକ୍ରୋଶମୂଳକ ଭାବେ ବିଭିନ୍ନ ମାମଲାରେ ଛନ୍ଦିଦେଇଥିବା ଅଭିଯୋଗ କରିଥିଲେ ତାଙ୍କ ଓକିଲ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –