ଶିଳ୍ପପତି ମହିମା ମିଶ୍ରଙ୍କୁ ଦିନିକିଆ ରିମାଣ୍ଡରେ ନେବ ତାଳଚେର ପୁଲିସ

48

କନକ ବ୍ୟୁରୋ : ଶିଳ୍ପପତି ମହିମା ମିଶ୍ରଙ୍କୁ ଦିନିକିଆ ରିମାଣ୍ଡରେ ନେବ ତାଳଚେର ପୁଲିସ । କୁଜଙ୍ଗ ଜେଏମଏଫସି କୋର୍ଟରେ ୩ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା ତାଳଚେର ପୁଲିସ । ତେବେ ତାଙ୍କୁ ଦିନିକିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ୨୦୧୧ ମସିହାରେ ତାଳଚେର କୋଲିଆରୀ ଥାନା ଅଂଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣା ନେଇ ଅଧିକ ପଚରାଉଚରା କରିବ ପୁଲିସ ।

ଜଲାରାମ ଟ୍ରାନ୍ସପୋର୍ଟର ଅମୀୟ ଗାଙ୍ଗୁଲି ଓ ସହଯୋଗୀଙ୍କ ଉପରେ ଆକ୍ରମଣ ଆକ୍ରମଣ ହୋଇଥିଲା । ଏନେଇ କଲୋରୀ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ସନ୍ତୋଷ । ଶତପଥି ଓ ମହିମା ମିଶ୍ରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ପାରାଦୀପ ସିୱେଜ ସିପିଂ ମ୍ୟାନେଜର ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଶିଳ୍ପପତି ମହିମା ମିଶ୍ର  ।

ଏହାସହ ଦେଖନ୍ତୁ ଏହି ଭିଡିଓ –