୪ଦିନିଆ ରିମାଣ୍ଡରେ ଗଲେ ଶିଳ୍ପପତି ମହିମାନନ୍ଦ ମିଶ୍ର

80

କନକ ବ୍ୟୁରୋ : ରିମାଣ୍ଡରେ ଗଲେ ଶିଳ୍ପପତି ମହିମାନନ୍ଦ ମିଶ୍ର । ଏହାସହ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ମଧ୍ୟ ରିମାଣ୍ଡରେ ନେଇଛି ପୁଲିସ । ଆଜି ପାରାଦୀପ ଜେଏମଏଫସି ଆବାସିକ କାର୍ଯ୍ୟାଳୟରେ ତାଙ୍କୁ ହାଜର କରିଥିଲା ପାରାଦୀପ ପୁଲିସ । ଜେଏମଏଫସି କୋର୍ଟରେ ମହିମା ମିଶ୍ରଙ୍କ ଜାମିନ ଖାରଜ ହୋଇଯାଇଛି । ପୁଲିସ ୫ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ୪ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଜେଏମଏଫସି ।

ସିୱେଜ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଅଧିକ ଛାନଭିନ କରିବା ପାଇଁ ମହିମାନନ୍ଦ ମିଶ୍ରଙ୍କୁ ପଚରାଉଚରା କରିବ ପୁଲିସ । ଗତକାଲି ମହିମା ମିଶ୍ର ଓ ବସନ୍ତ ବଳଙ୍କୁ ସ୍ୱତନ୍ତ୍ର ପୁଲିସ ଟିମ ବ୍ୟାକଙ୍କରୁ ଓଡିଶା ନେଇ ଆସିଥିଲେ । ଓଡିଶା ପହଂଚିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା  ।