ଜେଲରୁ ହସ୍ପିଟାଲ ଗଲେ ଶିଳ୍ପପତି ମହିମା ମିଶ୍ର : ଅସୁସ୍ଥ ଯୋଗୁଁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତି

26

କନକ ବ୍ୟୁରୋ : ଜେଲ୍ ପରେ ମେଡିକାଲ୍ । ଗିରଫ ମହିମା ମିଶ୍ର ଅସୁସ୍ଥ । ଫଳରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ମହିମା ମିଶ୍ର ଉଚ୍ଚ ରକ୍ତଚାପ ଓ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ଜଗତସିଂହପୁର ମେଡିକାଲ୍ ଅଣାଯାଇଛି ।

ମହିମାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଂଚ ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଡିସେମ୍ବର ୨୯ରୁ ଜାନୁୟାରୀ ୧ ପର୍ଯ୍ୟନ୍ତ ୪ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ତେବେ ମହିମାଙ୍କ ସହଯୋଗୀ ବସନ୍ତ ବଳଙ୍କ ଛାତିରେ ଅଧିକ ଯନ୍ତ୍ରଣା ଯୋଗୁଁ ତାଙ୍କୁ କଟକ ବଡ ମେଡିକାଲ ମେଡିସିନ ୱାର୍ଡରେ ଭର୍ତି କରାଯାଇଛି ।

ଗତକାଲି ପାରାଦୀପ ପୋଲିସ କଡା ସୁରକ୍ଷା ବଳୟ ମଧ୍ୟରେ ମହିମା ଓ ତାଙ୍କ ସହଯୋଗୀଙ୍କୁ କୁଜଙ୍ଗ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ବାସଭବନରେ ହାଜର କରାଯାଇଥିଲା । ଉଭୟଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେମାନଙ୍କୁ ସମାଗୋଳସ୍ଥିତ କୁଜଙ୍ଗ ସବଜେଲକୁ ପଠାଇ ଦିଆଯାଇଥିଲା ।

ମହିମାଙ୍କୁ ଜେଲର ୪ନମ୍ବର ସେଲରେ ରଖାଯାଇଥିଲା । ମହିମାଙ୍କୁ ଦେଖିବା ପାଇଁ କୋର୍ଟ ପରିସର ଲୋକାରଣ୍ୟ ହୋଇପଡିଥିଲା । ତେବେ ମହିମା ମିଶ୍ର ଓ ବସନ୍ତ ବଳ ଆଜି ପୁଣି ଜାମିନ ପାଇଁ ଆବେଦନ କରିପାରନ୍ତି ବୋଲି ସୂଚନା ମିଳିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –