ସିୱେଜ ସିପିଂ ମ୍ୟାନେଜର ହତ୍ୟା ମାମଲା ! ଶିଳ୍ପପତି ମହିମା ମିଶ୍ରଙ୍କୁ ମିଳିଲା ଜାମିନ୍

40

କନକ ବ୍ୟୁରୋ : ସିୱେଜ ସିପିଂର ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କୁ ମିଳିଲା ଜାମିନ । ୫ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ମହିମା ମିଶ୍ରଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏହସହ କେତେକ ସର୍ତ ରଖିଛନ୍ତି କୋର୍ଟ । ପାସପୋର୍ଟ ଜମା କରିବା ସହ ପାରାଦୀପ ନଯିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି ଉଚତମ ନ୍ୟାୟାଳୟ । ତେବେ ସିୱେଜ ସିପିଂର ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଜାମିନ ମିଳିଥିବା ସେତ୍ୱ ଅନ୍ୟ ମାମଲାରେ ଜାମିନ ମିଳିନାହିଁ । ତେଣୁ ବର୍ତମାନ ଜେଲରୁ ମୁକୁଳିବେ ନାହିଁ ଓଡିଶା ଷ୍ଟିଭେଡର୍ସ ଲିମିଟେଡର ମୁଖ୍ୟ ତଥା ଶିଳ୍ପପତି ମହିମା ମିଶ୍ର ।