ମହିମା ମିଶ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ୨ଟି ମାମଲାରେ ଜାମିନ ଦେଲେ ହାଇକୋର୍ଟ

41

କନକ ବ୍ୟୁରୋ : ଶିଳ୍ପପତି ମହିମା ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସୋମବାର ଦୁଇଟି ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ପାରାଦୀପ ତାରିଣୀପଡା ଗୁଳିକାଣ୍ଡ ଓ କଟକ ଖାନନଗର ବୋମାମାଡ ଘଟଣାରେ ଅଭିଯୁକ୍ତ ଥିବା ମହିଳା ମିଶ୍ରଙ୍କୁ ୧ଲକ୍ଷ ଟଙ୍କାର ଦୁଇଜଣ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ହାଇକୋର୍ଟ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଲାଗି ଶ୍ରୀମିଶ୍ରଙ୍କୁ ତାଗିଦ କରିଛନ୍ତି।

ସୂଚନାଯୋଗ୍ୟ, ମଧୁପାଟଣା ଥାନା ଅନ୍ତର୍ଗତ ଖାନ୍ନଗର ମଣିମନ୍ଦିର ନିକଟରେ ୨୦୧୩ ସେପ୍ଟେଟର ୨୧ରେ ଆଇନଜୀବୀ ଅଭୟ ଭଟ୍ଟଙ୍କୁ କେତେକ ବ୍ୟକ୍ତି ଗୁଳିମାଡ କରିବା ସହିତ ବୋମା ଫିଙ୍ଗିଥିବା ଘଟଣା ଓ ୨୦୧୬ରେ ପାରାଦୀପ ତାରିଣୀଗୁଡ଼ା ଗୁଳିକାଣ୍ଡ ମାମଲାରେ ଓଡିଶା ଷ୍ଟିଭେଡୋର୍ସ ଲିମିଟେଡର ମୁଖ୍ୟ ଶିଳ୍ପପତି ମହିମାନନ୍ଦ ମିଶ୍ର ଚୌଦାର ଜେଲରେ ଅଛନ୍ତି। ତେବେ ଏହି ଘଟଣାକୁ ନେଇ ମହିମା ମିଶ୍ର ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ। ହାଇକୋର୍ଟ ମିଶ୍ରଙ୍କ ଜାମିନ୍ ଆବେଦନକୁ ଖାରଜ କରି ଆସୁଥିବା ବେଳେ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି।