କୁଜଙ୍ଗ କୋର୍ଟରେ ମହିମା ମିଶ୍ର ଓ ବସନ୍ତ ବଳ ହେଲେ ହାଜର,ରିମାଣ୍ଡରେ ଆଣିପାରେ ପୁଲିସ

29

ପାରାଦୀପ : ହତ୍ୟା ଅଭିଯୁକ୍ତ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳ କୁଜଙ୍ଗ କୋର୍ଟରେ ହାଜର ହୋଇଛନ୍ତି ସେମାନଙ୍କୁ ରିମାଣ୍ଡରେ ଆଣିପାରେ ପୁଲିସ । ଗତକାଲି ମହିମା ମିଶ୍ର ଓ ବସନ୍ତ ବଳଙ୍କୁ ସ୍ୱତନ୍ତ୍ର ପୁଲିସ ଟିମ ବ୍ୟାଙ୍କକରୁ ଓଡିଶା ନେଇ ଆସିଥିଲେ । ଓଡିଶା ପହଂଚିବା ପରେ ପୁଲିସ ତାଙ୍କୁ ଗିରଫ କରିଛି ।

ଭୁବନେଶ୍ୱର ବିମାନ ବନ୍ଦରରୁ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେମାନଙ୍କ ମେଡିକାଲ ଯାଂଚ ପରେ ଏକ ୬ ଜଣିଆ ସ୍ୱତନ୍ତ୍ର ପୁଲିସ ଟିମ୍ ଦୁଇ ଅଭିଯୁକ୍ତଙ୍କୁ ପାରାଦୀପ ନେଇଯାଇଛନ୍ତି ।

ବର୍ତମାନ ସୁଦ୍ଧା ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ୯ ଜଣ ଗିରଫ ହେଲେଣି । ପୂର୍ବରୁ ମହିମା ମିଶ୍ରଙ୍କ ନାଁରେ ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଥିଲା । ଏପରିକି ତାଙ୍କ ଭୁବନେଶ୍ୱର ବାସଗୃହ, କଟକ, ପାରାଦୀପସ୍ଥିତ ଓଏସଏଲ କାର୍ଯ୍ୟାଳୟ ଚଢଉ କରିଥିଲା ।

ପରେ ୨୩ ତାରିଖରେ ମହିମା ମିଶ୍ରଙ୍କ ନାଁରେ ଜାରି ହୋଇଥିଲା ଜାମିନ ବିହିନ ଗିରଫ ପରୱାନା । କିନ୍ତୁ ଅକ୍ଟୋବର ୨୬ରେ ସିୱେଜ୍ କଂପାନୀର ମ୍ୟାନେଜରଙ୍କ ହତ୍ୟା ପରଠାରୁ ଫେରାର ହୋଇଯାଇଥିଲେ ମହିମା ଓ ତାଙ୍କ ସହଯୋଗୀ ।