ରାଜ୍ୟ ସରକାରଙ୍କ ବିଶାଳ ମହିଳା ସମାବେଶ : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏକାଠି ହେଲେ ହଜାର ହଜାର ମହିଳା

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ମହିଳାମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ଶକ୍ତି ପ୍ରଦର୍ଶନ । ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ମହିଳା ସମାବେଶ କରାଯାଇଛି। ସମାବେଶରେ ମହିଳାମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିବେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ତେବେ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ତୃଣମୂଳ ସ୍ତରରେ କର୍ମୀଙ୍କୁ ସଂଗଠିତ କରିବା ପାଇଁ ବିଜେଡିର ଏହି ସମାବେଶ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି ।