୩ ସପ୍ତାହ ଧରି ଅଧାରୁ କମ୍ ବର୍ଷା ହେଲେ ମରୁଡ଼ିଗ୍ରସ୍ତ ଅଂଚଳ ଘୋଷଣା : ରାଜସ୍ୱ ମନ୍ତ୍ରୀ

32

କନକ ବ୍ୟୁରୋ : ରାଜ୍ୟର ମରୁୁଡ଼ି ଅଂଚଳ ଚିହ୍ନଟ ପାଇଁ ରାଜସ୍ୱ ବିଭାଗ ନୂଆ ପଦ୍ଧତି ଆପଣାଇବ । ପୂର୍ବରୁ ଚାଲିଥିବା ଶସ୍ୟ କଟା ରିପୋର୍ଟ ପରିବର୍ତେ “ଶୁଷ୍କ ସମୟ ଅବଧି’’କୁ ଭିତ୍ତି କରି ମରୁଡ଼ିଗ୍ରସ୍ତ ଅଂଚଳ ଚିହ୍ନଟ କରାଯିବ । ଆଜି ଏକଥା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ।

ରାଜ୍ୟର ୯୬ଟି ବ୍ଲକରୁ ପଂଚାୟତୱାରୀ ମରୁଡ଼ି ରିପୋର୍ଟ ମଗାଯାଇଛି । ମନ୍ତ୍ରୀ କହିଛନ୍ତି- ୩ ସପ୍ତାହ ମଧ୍ୟରେ ଗୋଟିଏ ପଂଚାୟତରେ ହାରାହାରି ସ୍ୱାଭାବିକ ବର୍ଷାର ଅଧା ବର୍ଷା ହୋଇଥିଲେ ସେହି ଅଂଚଳକୁ ମରୁଡ଼ିଗ୍ରସ୍ତ ଅଂଚଳ ବୋଲି ଘୋଷଣା କରାଯିବ । ପ୍ରାକୃତିକ ବିପର୍ଯ୍ୟୟ ମିଶନ ପକ୍ଷରୁ ଏ ନେଇ ଦୁଇଟି ବୈଠକ ହୋଇସାରିଲାଣି । ଅକ୍ଟୋବର ୧୦ ତାରିଖରେ ଏ ନେଇ ପରବର୍ତୀ ବୈଠକ ହେବ । ଏହା ପୂର୍ବରୁ ସବୁ ଜିଲ୍ଲାପାଳମାନେ ମରୁଡ଼ିର ସ୍ଥିତି ନେଇ ରିପୋର୍ଟ ପଠାସାରିଥିବେ ବୋଲି କହିଛନ୍ତି ମନ୍ତ୍ରୀ ।