କଥାରେ ନୁହେଁ କାମରେ କରୁଛନ୍ତି ମାନବ ସେବା ! ୭୬ ବର୍ଷର ଏହି ବୃଦ୍ଧ, ଅସହାୟଙ୍କ ପାଇଁ ପାଲଟିଛନ୍ତି ଭଗବାନ ।

ମହେନ୍ଦ୍ର ଭାଇ ପଟେଲ କଥାରେ ନୁହେଁ କାମରେ ମାନବ ସେବା କରନ୍ତି ।

149

ସମାଜରେ ଅନେକ ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ କି, ତାଙ୍କର ସାରା ଜୀବନ ଲୋକଙ୍କ ସେବାରେ ଉତ୍ସର୍ଗ କରିଦେଇଥାନ୍ତି । ନିଜ ପିଲାଛୁଆ ଏବଂ ପରିବାର କଥା ଚିନ୍ତା ନକରି ସମାଜର ସେବା କରିବାକୁ ଆଗେଇ ଆସିଥାନ୍ତି । ପୂର୍ବରୁ ସମାଜ ସେବା କରିଥିବା ଅନେକ ମହାପୁରୁଷଙ୍କ କଥା ଆମେ ଇତିହାସରେ ପଢିଛୁ । ଠିକ ସେହିଭଳି ୭୫ ବର୍ଷିୟ ମହେନ୍ଦ୍ର ଭାଇ ପଟେଲ ନାମକ ଜଣେ ବୃଦ୍ଧ ବ୍ୟକ୍ତି ପିଲାଟି ଦିନରୁ ଲୋକଙ୍କ ସେବା କରି ଆସୁଛନ୍ତି ।

ମହେନ୍ଦ୍ର ଭାଇ ପଟେଲ କଥାରେ ନୁହେଁ କାମରେ ମାନବ ସେବା କରନ୍ତି । ପ୍ରତିଦିନ ସକାଳ ୬ଟା ରୁ ଉଠି ରାତିରେ ଶୋଇବା ଯାଏ ଲୋକଙ୍କୁ ସହାୟତା କରିବା କାମରେ ନିୟୋଜିତ ରହିଥାନ୍ତି । ସେ ବିଭିନ୍ନ ଉପାୟରେ ଲୋକଙ୍କ ସେବା କରିଥାନ୍ତି । ସେ ନିଜ ହାତରେ ରୋଷେଇ କରି ଭୋକିଲା ଲୋକଙ୍କୁ ଖାଇବାକୁ ଦେବା ସହିତ ଗରିବ ପରିବାରର ଝିଅଙ୍କ ବିବାହ କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିଥାନ୍ତି । କେବଳ ସେତିକି ନୁହେଁ ଟଙ୍କା ଅଭାବରୁ ପାଠ ପଢି ପାରୁନଥିବା ଲୋକଙ୍କୁ ମଧ୍ୟ ପାଠ ପଢାଇଥାନ୍ତି ।

ମହେନ୍ଦ୍ର ଭାଇଙ୍କ ଏପରି ସମାଜ ସେବା କାରଣରୁ ସେ କିଛି ଲୋକଙ୍କ ପାଇଁ ଭଗବାନ ପାଲଟିଯାଇଛନ୍ତି ତ ଆଉ କିଛି ଲୋକଙ୍କ ପାଇଁ ସେ ଭାଇ ପାଲଟିଯାଇଛନ୍ତି । ଲୋକମାନେ ତାଙ୍କୁ ସ୍ନେହରେ ମହେନ୍ଦ୍ର ଭାଇ ବୋଲି ଡାକିଥାନ୍ତି । ମହେନ୍ଦ୍ରଙ୍କ ପରିବାର ଲୋକେ ସମସ୍ତେ ଆମେରିକାରେ ରହୁଥିବା ବେଳେ ସେ ଗାଁରେ ରହି ଲୋକମାନଙ୍କ ସେବା କରିଆସୁଛନ୍ତି । ତାଙ୍କ ବୟସର ଲୋକେ ଘରେ ଆରାମ କରୁଥିବା ବେଳେ ସେ ସକାଳ ୬ଟାରୁ ଉଠି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବାହାରି ପଡିଥାନ୍ତି । ତାଙ୍କର ସାହାଯ୍ୟ କରିବାର ଏପରି ମନଭାବ କାରଣରୁ ସେ ଆଜି ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଯାଇଛନ୍ତି ।