ଉନ୍ମୋଚନ ଦିନକ ପରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ଭାଙ୍ଗିଲେ ଦୁର୍ବୃତ

28

ସମ୍ବଲପୁର : ଉନ୍ମୋଚନ ଦିନକ ପରେ ପ୍ରତିମୂର୍ତି ଭାଙ୍ଗିଲେ ଦୁର୍ବୃତ । ଜ୍ୟୋତି ବିହାର ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତିକୁ ଭାଙ୍ଗି ଦିଆଯାଇଛି । ଏହି ଘଟଣା ଜଣାପଡ଼ିବା ପରେ ବୁର୍ଲା ନଗର କଂଗ୍ରେସ କର୍ମୀ ଗାନ୍ଧୀ ପ୍ରତିମୂର୍ତି ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ମୂର୍ତି ଭାଙ୍ଗିଥିବା ଦୁର୍ବୃତଙ୍କୁ ଗିରଫ କରିବା ପାଇଁ ଦାବି କରିଛି କଂଗ୍ରସ । ତେବେ ଏହି ଘଟଣାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି ।