ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସେଲଫି ନିଶା : ମଝି ସମୁଦ୍ରରେ ସେଲଫି ନେଇ ଚର୍ଚ୍ଚାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସଙ୍କ ପତ୍ନୀ, ସୋସିଆଲ ମିଡ଼ିଆରେ ହେଲେ ଟ୍ରୋଲ

58

ଏବେ ସାରା ବିଶ୍ୱରେ ଲୋକମାନଙ୍କୁ ସେଲଫି ନିଶା ଘାରିଛି । ପୂର୍ବରୁ ସେଲଫିକୁ ନେଇ ଅନେକ ଦୁର୍ଘଟଣା ଘଟିଥିବାବେଳେ ଏ ନେଇ କଡ଼ା ଆଇନ ତିଆରି କରିଛନ୍ତି କେନ୍ଦ୍ର ସରକାର । ସବୁ ଦର୍ଶନୀୟ ସ୍ଥାନରେ ଥିବା ବପଦସଙ୍କୁଳ ଜାଗାରେ ଯେମିତି ଲୋକମାନେ ସେଲଫି ନ ନିଅନ୍ତି; ସେ ନେଇ କଡ଼ା ନଜର ରଖିବା ପାଇଁ କେନ୍ଦ୍ର ସରକାର ଆଦେଶ ଦେଇଥିବାବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ପତ୍ନୀ ଏହି ନିୟମ ଭଙ୍ଗ କରିଥିବା ଦେଖାଯାଇଛି । ଏକ କ୍ରୁଜ୍ ର (ପାଣି ଜାହାଜ)ଧାରରେ ବସି ମଝି ସମୁଦ୍ରରେ ଦେବେନ୍ଦ୍ର ଫଡ଼୍ନଭିସଙ୍କ ପତ୍ନୀ ଅମୃତା ସେଲଫି ନେଉଥିବାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଦେଖାଯାଇଛି ।

ସୂଚନା ମୁତାବକ, ମୁମ୍ବାଇରୁ ଗୋଆ ଯାତ୍ରା କରିବାକୁ ଥିବା ଭାରତର ପ୍ରଥମ ବିଳାସପୁର୍ଣ୍ଣ କ୍ରୁଜ୍ ଆଙ୍ଗ୍ରିଆର ଶୁଭାରମ୍ଭ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଦେବେନ୍ଦ୍ର ଫଡ଼୍ନଭିସଙ୍କ ସହ ତାଙ୍କ ପତ୍ନୀ ଅମୃତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସବୁ ସରିବା ପରେ ଅମୃତା ହଠାତ୍ ସୁରକ୍ଷା ବଳୟରୁ ବାହାରି କ୍ରୁଜର ଧାରରେ ବସି ସେଲଫି ନେବାକୁ ଲାଗିଥିଲେ । ତାଙ୍କୁ ସୁରକ୍ଷାକର୍ମୀମାନେ ମନା କରିଥିଲେ ମଧ୍ୟ ସେ କାହା କଥା ଶୁଣିନଥିଲେ । ଏବେ ସେହି ସମୟର ଭିଡ଼ିଓ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆରେ ଟ୍ରୋଲ ହେବାରେ ଲାଗିଛନ୍ତି ଅମୃତା ।